ମୋଦିଙ୍କୁ ଦେହଜୀବୀଙ୍କ ଚିଠି ! କଣ ରହିଛି ଉଭୟଙ୍କ ମଧ୍ୟରେ ସଂପର୍କ . . ପଢନ୍ତୁ ଏହି ରିପୋର୍ଟ

53

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଲାଂଦେଶୀ ଦେହଜୀବୀଙ୍କ ଚିଠି । ନିଜ ଦେଶକୁ ଯିବା ପାଇଁ ମାଗିଲେ ସାହାଯ୍ୟ । ପାଖରେ ଥିବା ୧୦ହଜାର ପୁରୁଣା ନୋଟକୁ ବଦଳାଇବା ପାଇଁ ଚିଠିରେ କଲେ ଅନୁରୋଧ । ଟଙ୍କା ବଦଳିଲେ ଯାଇପାରିବେ ନିଜ ଦେଶକୁ । ନହେଲେ ସବୁଦିନ ରହିଯିବେ ନିଜ ଦେଶ, ଘର ଏବଂ ପରିବାରଠାରୁ ଦୂରରେ ।

ମହିଳାଙ୍କୁ ପୁଣେର ରେଡ୍ ଲାଇଟ୍ ଏରିଆରେ କରାଯାଇଥିଲା ବିକ୍ରି

ଡିସେମ୍ବର ୨୦୧୫ରେ ଯୁବତୀ ଜଣଙ୍କୁ ଚାକିରୀ ଲୋଭ ଦେଖାଇ ବାଂଲାଦେଶରୁ ଆଣି ପୁଣେର ସବୁଠାରୁ ବଡ ରେଡ୍ ଲାଇଟ୍ ଏରିୟା ବୁଧବାର ପୈଠରେ ବିକ୍ରି କରାଯାଇଥିଲା । ପରେ ତାଙ୍କୁ ସେଠାରୁ ଉଦ୍ଧାର କରିଥିଲା ଏକ ଏନିଜିଓ । ଏବେ ମହିଳାଙ୍କ ପାଖରେ ରହିଛି ୧୦ହଜାର ଟଙ୍କା ପୁରୁଣା ନୋଟ୍ । ଯାହା ସେ ଗ୍ରାହକଙ୍କ ଠାରୁ ପାଇଥିଲେ । ତେବେ ଏହି ଟଙ୍କା ତାଙ୍କ ମାଲିକଙ୍କ ପାଖରେ ରହିଥିବାରୁ ନୋଟ୍ ବନ୍ଦୀ ପରେ ସେ ବଦଳାଇ ପାରିନଥିଲେ । ଏବେ ସେ ମୋଦିଙ୍କୁ ଚିଠି ଲେଖି ଏହି ନୋଟ୍ ଗୁଡିକୁ ବଦଳାଇବା ପାଇଁ ଅନୁରୋଧ କରିଛନ୍ତି ।

ତେବେ ସେ ପ୍ରଧାନମନ୍ତ୍ରୀ ଏବଂ ସୁଷମା ସ୍ୱରାଜଙ୍କୁ ଚିଠି ଦେବା ସହ ଟୁଇଟ ମଧ୍ୟ କରିଛନ୍ତି । ଆଶା ରଖିଛନ୍ତି ନିଶ୍ଚୟ ସାହାଯ୍ୟ ମିଳିବ ଏବଂ ସେ ନିଜ ଘରକୁ ଫେରି ପାରିବେ ।