କ୍ରିକେଟ ପଡିଆରୁ ରାଜନୀତିର ମଇଦାନ ! ୨,୬୬,୦୦୦ ଭୋଟରେ ଜିତି ସାଂସଦ ହେଲେ ମସାରଫେ ମୋର୍ତଜା । 

372

କ୍ରିକେଟ ପଡିଆରୁ ରାଜନୀତିର ମଇଦାନ । ବାଂଲାଦେଶ କ୍ରିକେଟ୍ ଟିମର କ୍ୟାପଟେନ୍ ମସାରଫେ ମୋର୍ତଜା ରାଜନୀତିରେ ଏଣ୍ଟ୍ରି ମାରିବା ସହ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ବାଂଲାଦେଶର ସାଧାରଣ ନିର୍ବାଚନରେ ନରୈଲର ୨ଟି ଆସନରୁ ବିଜୟୀ ହୋଇଛନ୍ତି ମୋର୍ତଜା । କ୍ରିକେଟ ପଡିଆରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରର୍ଦଶନ କରୁଥିବା ମୋର୍ତଜା ରାଜନୀତିର ମଇଦାନରେ ବିଜୟ ସହ ଅଭିଯାନ ଆରମ୍ଭ କରିଛନ୍ତି  ।

ଆୱାମୀ ଲିଗ ଟିକଟରୁ ମସାରଫେ ନରୈଲର ୨ଟି ଆସନରୁ ନିର୍ବାଚନ ଲଢୁଥିଲେ । ୨ ଲକ୍ଷ ୭୪ ହଜାର ୪୧୮ ଭୋଟରେ ବିଜୟୀ ହୋଇଛନ୍ତି ।  ୨ଲକ୍ଷ ୬୬ ହଜାରରୁ ଅଧିକ ଭୋଟରେ ସେ ବିପକ୍ଷଙ୍କୁ ହରାଇଛନ୍ତି ।  ବାଂଲାଦେଶର ୱାନ ଡେ କପ୍ତାନ ପାଖାପାଖି ୯୬ ପ୍ରତିଶତ ଭୋଟ ନିଜ ନାଁରେ କରିଛନ୍ତି ।  ନିର୍ବାଚନ ଜିତିବା ପରେ ମୋର୍ତଜା ସାଂସଦ ହେବାକୁ ଥିବା ଦେଶର ଦ୍ୱିତୀୟ କ୍ରିକେଟ କପ୍ତାନ ହୋଇଛନ୍ତି ।  ଏହା ପୂର୍ବରୁ  ପୂର୍ବ  କପ୍ତାନ ନୈମୁର ରେହମାନ  ଦୁର୍ଜାୟ ମଧ୍ୟ ସାଂସଦ ହୋଇସାରିଛନ୍ତି  । କିନ୍ତୁ ମୋର୍ତଜା କ୍ରିକେଟ ଖେଳୁଥିବା ସମୟରେ ନିର୍ବାଚନ ଜିତି ରେକର୍ଡ ସୃଷ୍ଟି କରିଛନ୍ତି ।