ଭୋକିଲା ପେଟର ସାହାରା ‘ପବ୍ଲିକ ଫ୍ରିଜ୍’, ପ୍ରତିଦିନ ପାଖାପାଖି ୪୦୦ ଲୋକଙ୍କ ଭୋକକୁ କରେ ଶାନ୍ତ

40

କର୍ଣ୍ଣାଟକର ରାଜଧାନୀ ବାଙ୍ଗାଲୁରୁରେ ଗରୀବଙ୍କ ଖାଦ୍ୟ ଆବଶ୍ୟକତାକୁ ପୁରଣ କରିବା ପାଇଁ ପବ୍ଳିକ ଫ୍ରିଜ୍ ଲଗାଯାଇଛି । ଅନେକ ସ୍ଥାନରେ ଲଗାଯାଇଥିବା ଏହି ଫ୍ରିଜ୍ ରେ ଲୋକମାନେ ଖାଦ୍ୟ ରଖିକି ଯାଆନ୍ତି । ଏହି କାମ ସହିତ ଜଡିତ ଏନଜିଓ ଅନୁସାରେ, ପ୍ରତିଦିନ ଏହା ଦ୍ୱାରା ପାଖାପାଖି ୪୦୦ ଲୋକଙ୍କ ପେଟର ଭୋକ ଶାନ୍ତ ହୋଇଥାଏ ।

ବାଙ୍ଗାଲୁରୁର କୋରାମାଙ୍ଗଲା, ବ୍ରୁକଫିଲ୍ଡସ୍, ଇନ୍ଦିରାନଗର, ୱେଷ୍ଟ ଟାଉନ୍ ଓ ବିଟିଏମ୍ ରେ ବିଭିନ୍ନ ସମୁଦାୟଙ୍କ ଦ୍ୱାରା ଫ୍ରିଜ୍ ସ୍ଥାପନ କରାଯାଇଛି । ଏହି ବିଟିଏମ୍ ଲେଆଉଟ୍ ଫ୍ରିଜ୍ ରେ ଗୋଟିଏ ଦିନରେ ୭୦ରୁ ୧୦୦ ଲୋକଙ୍କ ପ୍ରୟୋଗରେ ଆସେ । ଯେକେହି ବି ଘରେ ତିଆରି ଖାଦ୍ୟ ଦେବାକୁ ଚାହେଁ, ତାହାକୁ କେବଳ ପ୍ୟାକ କରି ଫ୍ରିଜ୍ ରେ ରଖିବା ଜରୁରୀ ଥାଏ ଓ କେହି ଗରୀବ ବ୍ୟକ୍ତି ଖାଦ୍ୟକୁ ଖାଇଥାନ୍ତି ।

କମ୍ୟୁନିଟି ଫ୍ରିଜ ର ଏହି ଆଇଡିଆ ପବ୍ଳିକ୍ ଫାଉଣ୍ଡେସନର ମ୍ୟାନେଜିଙ୍ଗ ଟ୍ରଷ୍ଟି ଇସା ଫାତିମାଙ୍କ ମୁଣ୍ଡକୁ ଆସିଥିଲା । ଇସାଙ୍କ କହିବାନୁସାରେ, ସେ ତାଙ୍କ ଘରେ ତିଆରି ଅଧିକ ଖାଦ୍ୟକୁ ପଡୋଶୀର ଜଣେ ମହିଳାଙ୍କୁ ଖାଇବା ପାଇଁ ଦେଉଥିଲେ । ସେହି ମହିଳା ହଠାତ୍ କୁଆଡେ ଚାଲିଯିବାପରେ ସେ ଖାଦ୍ୟକୁ ନେଇ ଚିନ୍ତାରେ ପଡିଗଲେ । ସେ ଲୋକଙ୍କୁ ଖୋଜି ଖୋଜି ଖାଦ୍ୟ ଦେଉଥିଲେ । କିନ୍ତୁ ଏହା ଏତେ ଫଳପ୍ରଦ ନଥିଲା । ସେଥିପାଇଁ ସେ ଫ୍ରିଜ୍ ଲଗାଇବାର ନିଷ୍ପତ୍ତି ନେଲେ । ଯଦ୍ୱାରା ଗରୀବ, ଅସହାୟ ବ୍ୟକ୍ତି ଖାଦ୍ୟକୁ ଖାଇପାରିବେ ।

ତାଙ୍କ ଏହି ଆଇଡିଆ ପ୍ରସିଦ୍ଧ ହୋଇଗଲା ଓ ଅନେକ ଲୋକ ଏହି ଆଇଡିଆକୁ ଆଗକୁ ବଢ଼ାଇଲେ । ଅନେକ ରେଷ୍ଟୁରାଣ୍ଟ ମଧ୍ୟ ଏହି ଆଇଡିଆକୁ ଆଗକୁ ବଢ଼ାଇଲେ ।