ଅଜବ ଗାଁରେ ଗଜବ ନାଁ : ପିଲା ମାନଙ୍କ ନାଁ ଗୁଗୁଲ୍ , ସୁପ୍ରିମକୋର୍ଟ , କଫି ଓ ଓବାମା

92

source-hindustan.com

ଦେଶରେ ଥିବା ଅନେକ ଗାଁର ଅଜବ-ଅଜବ ନାଁ ବିଷୟରେ ସମସ୍ତେ ଶୁଣିଥିବେ । ହେଲେ ଏମିତି ଏକ ସଂପ୍ରଦାୟ ବିଷୟରେ ଜାଣିନଥିବେ ଯାହାର ଲୋକଙ୍କ ନାଁ ଶୁଣିଲେ ଚକିତ ହୋଇଯିବେ। ବେଙ୍ଗାଲୁରୁ ପାଖରେ ରୁହନ୍ତି ଏହି ହାକ୍କିପିକ୍କି ନାମକ ଆଦିବାସୀ ସଂପ୍ରଦାୟ ଲୋକ । ଏହି ଆଦିବାସୀ ଲୋକଙ୍କ ପିଲାଙ୍କ ନାଁ ଦିଆଯାଇଛି – ଅମିତାଭ ବଚ୍ଚନ ,ଓବାମା , ଗୁଗୁଲ , କଂଗ୍ରେସ , ଶାହାରୁଖ , ଅମିତାଭ ,ସୋନିଆ ଗାନ୍ଧୀ ,ଆମେରିକା , ଏଲିଜାବେଥ , ବ୍ରିଟିଶ ,ମିଲିଟ୍ରି , ଟ୍ରେନ ,ଗ୍ଲୁକୋଜଅନିଲ କପୁର ଆଦି । ଏମିତି କି ଏଠାର କିଛି ଲୋକଙ୍କ ଭୋଟର ଆଇକାର୍ଡ ଓ ଆଧାରକାର୍ଡ ମଧ୍ୟ ଏହି ସବୁ ନାଁରେ ହୋଇଛି ।

source-http://www.thehindu.com/

ଏହି ହାକ୍କିପିକ୍କି ସଂପ୍ରଦାୟର ଲୋକେ ପ୍ରଥମେ କର୍ଣ୍ଣାଟକର ଜଙ୍ଗଲରେ ରହୁଥିଲେ । ହେଲେ ଜଙ୍ଗଲ ଆଇନ୍ ଆସିଲା ପରେ ସେମାନେ ବେଙ୍ଗାଲୁରୁ ପାଖ ବହାଦୁରପୁର ଗାଁରେ ଆସି ରହିଥିଲେ । ସେମାନଙ୍କ ପିଲାଙ୍କ ନାଁ ବର୍ତମାନ ସମୟର ପ୍ରସିଦ୍ଧ ଜିନିଷ ଓ ନାମକରା ବ୍ୟକ୍ତିଙ୍କ ନାଁ ରଖିଥାନ୍ତି । ଏହି ସଂପ୍ରଦାୟର ଲୋକମାନେ ବିଭିନ୍ନ ପ୍ରକାରର ୧୪ଟି ଭାଷା ଓ ଲୋକ ବୋଲି ବ୍ୟବହାର କରିଥାନ୍ତି ଏବଂ ଏକ ଭିନ୍ନ ପରଂପରା ମଧ୍ୟ ଏ ସଂପ୍ରଦାୟର ଲୋକେ ପାଳନ କରନ୍ତି । ବିବାହ ବେଳେ ବର ପକ୍ଷରୁ ଯୈାତୁକ କନ୍ୟା ଘରକୁ ଦିଆଯାଇଥାଏ ।

source-http://www.thehindu.com/

ହଂପି ୟୁନିର୍ଭରସିଟିର ଟ୍ରାଇଭାଲ ଷ୍ଟଡିଜ୍ ଡିପାର୍ଟମେଂଟର ଚେୟାରପର୍ସନ କେଏମ ମୈତ୍ରି କହନ୍ତି ହାକ୍କିପିକ୍କି ସଂପ୍ରଦାୟ ରାଜପୁତ୍ ରାଜା ମହାରାଣା ପ୍ରତାପଙ୍କ ବଂଶଜ । ଏମାନେ ଜଙ୍ଗଲରେ ରହିବାକୁ ଭଲପାଆନ୍ତି । ପ୍ରଥମେ ଏମାନେ ସେମାନଙ୍କ ପିଲାଙ୍କ ନାଁ ପାହାଡ , ବୃକ୍ଷ ,ନଦୀ ଆଦି ନାଁରେ ନାମକରଣ କରୁଥିଲେ ଏବଂ ନିଜର ଓ ନିଜ ପରିବାରର ପରିଚୟ ଲୁଚାଇବାକୁ ସେମାନେ ଏମିତି ନାଁ ଦେଇଥାନ୍ତି ବୋଲି ଜଣାଯାଏ ।