ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ଅଶାନ୍ତ ! କଲେଜ କ୍ୟାଂପସରେ ଉତ୍ତେଜନା, ବ୍ୟାପକ ପୋଲିସ ଫୋର୍ସ ମୁତୟନ

65

କନକ ବ୍ୟୁରୋ: ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ଅଶାନ୍ତ ହୋଇପଡିଛି । କଲେଜ କ୍ୟାଂପସରେ ଉତ୍ତେଜନା ଥିବା ବେଳେ ଆଇନଶୃଙ୍ଖଳା ରକ୍ଷା ପାଇଁ କ୍ୟାଂପସରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଆନ୍ଦୋଳନକୁ ଓହ୍ଲାଇଥିଲେ ବନରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ।

ଭାଇସ୍ ଚାନସଲରଙ୍କ ବାସଭବନ ଆଗରେ ସୁରକ୍ଷା ଦାବିରେ ବିକ୍ଷୋଭ କରୁଥିବା ଛାତ୍ରୀଛାତ୍ରୀଙ୍କୁ ଘଟଉଡାଇବାକୁ ପୋଲିସ ଲାଠିଚାର୍ଜ କରିଥିଲା । ଏହାର ଜବାବରେ ଟେକାପଥର ମାଡ କରିଥିଲେ ଛାତ୍ରଛାତ୍ରୀ । ସେହିପରି କ୍ୟାଂପସ ପରିସରରେ ଉତ୍ୟକ୍ତ ଛାତ୍ର ପୋଡାଜଳା କରିଛନ୍ତି ।

ଲାଠିଚାର୍ଜରେ ଆହତ ଛାତ୍ରଛାତ୍ରୀଙ୍କୁ ଟ୍ରାମା ସେଂଟରରେ ଭର୍ତ୍ତି କରାଯାଇଛି । ବିଏଚୟୁର ତ୍ରୀବେଣୀ ଛାତ୍ରବାସର ଜଣେ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା ନେଇ ୨ ଦିନ ହେଲା ୟୁନିର୍ଭସିଟିର ମୁଖ୍ୟ ଫାଟକ ଆଗରେ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ । ଏବେ ବିଏଚୟୁର ତୀବ୍ର ଉତ୍ତେଜନା ଥିବାରୁ କ୍ୟାଂପସ ବାହାରେ ଓ ଭିତରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।