କୁନ୍ଦୁଲି ପରେ ବାଣପୁର : ନ୍ୟାୟ ନ ପାଇ ଆତ୍ମହତ୍ୟାର ବାଟ ବାଛି ନେଲେ ପୁଣି ଜଣେ ନାବାଳିକା

29

କନକ ବ୍ୟୁରୋ : କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟାକୁ ନେଇ ରାଜ୍ୟବ୍ୟାପି ଜଳୁଥିବା ଅସନ୍ତୋଷର ନିଆଁ ଶାନ୍ତ ପଡ଼ିନଥିବା ବେଳେ ବାଣପୁରରେ ଘଟିଛି ପୁଣି ଏକ ଅନୁରୁପ ଘଟଣା । ନ୍ୟାୟ ପାଇଁ ନୟାନ୍ତ ହୋଇଥିବା ପୀଡ଼ିତା ଯେତେବେଳେ ସାମାଜିକ ଅପବାଦ ମୁଣ୍ଡାଇବାକୁ ଅସମର୍ଥ ହେଲେ ବାଛି ନେଲେ ଆତ୍ମହତ୍ୟାର ବାଟ । ନାରୀଙ୍କୁ ସମ୍ମାନର କଥା କୁହାଯାଉଥିବା ରାଜ୍ୟରେ ପୁଣି ଜଣେ ନାବାଳିକା ନ୍ୟାୟ ନପାଇବାରୁ ବିଷ ପିଇ ଆତ୍ମହତ୍ୟା କରିଦେଇଛନ୍ତି । ଶୌଚ ପାଇଁ ଘରୁ ପଦାକୁ ଗୋଡ଼ କାଢ଼ିଥିବା ଏହି ନାବାଳିକାଙ୍କ ଉପରେ ପଡ଼ିଥିଲା ନାବାଳକ ଅଭିଯୁକ୍ତର ନଜର । ଆଉ ଜୋରଜବରଦସ୍ତ ଟେକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା ।

ଏନେଇ ଥାନାରେ ମାମଲା ରୁଜୁ ହୋଇଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ ହୋଇଛି । ଆଉ ଶେଷରେ ଦୁଷ୍କର୍ମ ପୀଡ଼ିତା ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଛନ୍ତି ।ଯାହାକୁ ନେଇ ଏବେ ବାଣପୁର ଅଂଚଳରେ ଉତେଜନା ଦେଖିବାକୁ ମିଳିଛି । ଏହି ଘଟଣାରେ ପୁଲିସର ନିଷ୍କ୍ରିୟତା ନେଇ ପ୍ରଶ୍ନ ଉଠୁଥିବା ବେଳେ, ଜଣେ ପରେ ଜଣେ ପୀଡ଼ିତାଙ୍କ ଆତ୍ମହତ୍ୟା, ରାଜ୍ୟର ଆଇନକାନୁନ୍ ବ୍ୟବସ୍ଥାକୁ ପ୍ରଶ୍ନ ଘେରରକୁ ଟାଣି ନେଉଛି ।