ବାନାବାବାଙ୍କୁ ସାମୟିକ ଆଶ୍ୱସ୍ତି : ୯ ତାରିଖ ପର୍ଯ୍ୟନ୍ତ ଗିରଫ ନକରିବାକୁ ହାଇକୋର୍ଟଙ୍କ ନିର୍ଦେଶ

24

କୋଣାର୍କ : ବାନାବାବାଙ୍କୁ ସାମୟିକ ଆଶ୍ୱସ୍ତି । ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଗିରଫ ନକରିବାକୁ ନିର୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ । ସେପଟେ ଆଜି ପଚଂମ ଦିନରେ ପ୍ରଶାସନ ପକ୍ଷରୁ ଆଶ୍ରମରେ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି । ଏଥିରେ ୩ଟି ବୁଲଡୋଜରକୁ ନିୟୋଜିତ କରାଯାଇଛି । ପୋଲିସ ଓ ବନ ବିଭାଗ କର୍ମଚାରୀଙ୍କ ଉପସ୍ଥିତିରେ ଚାଲିଛି ବେଆଇନ ନିର୍ମାଣ ଭଙ୍ଗା । ଗତକାଲି ବାବାଙ୍କ ବିଶ୍ରାମ ଗୃହ ସାଙ୍ଗକୁ ଯୋଗ ଗୃହ ଏବଂ ଜଳକ୍ରୀଡ଼ା କେନ୍ଦ୍ରକୁ ଭଙ୍ଗା ଯାଇଥିଲା । ବାଲୁଖଣ୍ଡ ଅଭୟାରଣ୍ୟରେ ଦୀର୍ଘ ୨୨ ବର୍ଷ ଧରି ୨୨ ଏକର ଜାଗା ମାଡ଼ି ବସିଥିଲେ ବାନା ବାବା । ବାରମ୍ବାର ପ୍ରଶାସନର ଦାଗିତ ସତ୍ୱେ ବି ମାଡ଼ି ବସିଥିବା ସ୍ଥାନ ଛାଡୁନଥିବାରୁ ଶେଷରେ ପ୍ରଶାସନ ହସ୍ତକ୍ଷେପ କରି ବେଆଇନ ନିର୍ମାଣ ଭାଙ୍ଗିବା ଅଭିଯାନ ଚଳାଇଛି ।

ଏହା ସହ ବାନା ବାବାଙ୍କ ଅଭିଶାପ !