ବାବା ବନାମ ସରକାର : ତେଜିଲେ ବାବା ସମର୍ଥକ, ଅସହାୟ ସରକାର

15

ଅସ୍ତରଙ୍ଗ, କନକ ନ୍ୟୁଜ୍ : ବାନା ବାବା ବନାମ ସରକାର । ଆଶ୍ରମକୁ ନେଇ ଚାଲିଛି ବଳା କଷାକଷି । ଭଙ୍ଗା ଯାଇଛି ତାରବାଡ । ଆଶ୍ରମରେ ଧସେଇ ପଶିଛନ୍ତି ବାବାଙ୍କ ସମର୍ଥକ । ପ୍ରାୟ ୮ ମାସ ପରେ ଗହଳି ଜମିଛି ଅସରଂଗର କଳକୀ ବାବାଙ୍କ ଆଶ୍ରମରେ । ପୂଜାପାଠ କରିଛନ୍ତି ବାବାଙ୍କ ଭକ୍ତ । ଆଶ୍ରମ ପରିସରରେ ଜମିଛି ଭୋଜିଭାତର ଆସର । ତେବେ ଆଶ୍ରମକୁ ପ୍ରଶାସନ ହାତରୁ ଛଡାଇ ନେଇଛନ୍ତି ସମର୍ଥକ । ଆଶ୍ରମରେ ପ୍ରଶାସନ ଲଗାଇଥିବା ତାଲା ଭାଂଗି ପୂଜା କରିଛନ୍ତି । ଖାଲି ସେତିକି ନୁହେଁ ବନବିଭାଗକୁ ଦେଇଛନ୍ତି ଚ୍ୟାଲେଂଜ ।

ଅସ୍ତରଙ୍ଗର ଆଶ୍ରମରେ ପୂଜା ପାଉଥିଲେ ବାନା ବାବା । ବାବା କଳକୀଙ୍କୁ ଚଢୁଥିଲା ବେଲପତ୍ର । ଏକର ଏକର ସରକାରୀ ଜମିକୁ ଦଖଲ କରି ବାବା ଗଢିଥିଲେ ଆଶ୍ରମ । ଏନେଇ ଅଭିଯୋଗ ହେବା ପରେ ଚେତିଥିଲା ପ୍ରଶାସନ । ଆଶ୍ରମରୁ ଉଚ୍ଚେଦ ହୋଇଥିଲା ଜବରଦଖଲ । ଆଶ୍ରମ ଚାରିପଟେ ଲଗାଯାଇଥିଲା ତାରବାଡ । ଆଶ୍ରମ ଛାଡିଥିଲେ ବାନା ବାବା । ଏବେ ପୁଣି ଆଶ୍ରମକୁ ଦଖଲକୁ ନେଇଛନ୍ତି ସମର୍ଥକ । ଆଉ ଅସହାୟ ହୋଇପଡିଛି ବନବିଭାଗ ।

ଏବେ ଅପେକ୍ଷା ସରକାରଙ୍କ ନିର୍ଦେଶକୁ ଅବମାନନା କରି ଆଇନକୁ ହାତକୁ ନେଇଥିବା ବାବାଙ୍କ ସମର୍ଥକଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ନେଉଛି ପ୍ରଶାସନ । କେବେ ସରକାରଙ୍କ ଦଖଲକୁ ଆସୁଛି ବାବା ବାବାଙ୍କ ବିବାଦୀୟ ଜମି ।