ମାଟିରେ ମିଶୁଛି ବାନା ବାବାଙ୍କ ଆଶ୍ରମ

31

କୋଣାର୍କ : ମାଟିରେ ମିଶୁଛି ବାନା ବାବାଙ୍କ ଆଶ୍ରମ । ଆଜି ତୃତୀୟ ଦିନରେ କଳକୀ ଆଶ୍ରମରେ ଜବରଦଖଲ ଉଚ୍ଛେଦ ଜାରି ରଖିଛି ପ୍ରଶାସନ । ୫ ପ୍ଲାଟୁନ ପୋଲିସ ଫୋର୍ସ ଉପସ୍ଥିତିରେ ଭଂଗାଚାଲିଛି ଆଶ୍ରମର ମୁଖ୍ୟ ବିଲଡିଂ । ଗତକାଲି ନାଟ୍ୟ ମଣ୍ଡପ ଓ ବାବା ବସିବା ସ୍ଥାନ ଭଂଗାଯାଇଛି । ଉଚ୍ଛେଦ କାମରେ ଲାଗିଛି ୨ଟି ବୁଲଡୋଜର । ଆଶ୍ରମ ପରିସରରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କାରେ କଡା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ୫୦ ରୁ ୬୦ ଜଣ ବନ ବିଭାଗ କର୍ମଚାରୀ ବି ଉପସ୍ଥିତ ଅଛନ୍ତି । ପୁରୀ ଅତିରିକ୍ତ ଏସ୍ପି, ନିମାପଡା ଏସଡିପିଓ, ଗୁଇନ୍ଦା ବିଭାଗ ଅଧିକାରୀ ଘଟଣା ସ୍ଥଳରେ ଉପସ୍ଥିତ ରହି କାମର ତଦାରଖ କରୁଛନ୍ତି । ଶୁକ୍ରବାର ଆଶ୍ରମର ଯଜ୍ଞମଣ୍ଡପକୁ ଭଙ୍ଗାଯାଇଥିଲା । ଉଚ୍ଛେଦ ବେଳେ ପୁଲିସ-ସମର୍ଥକ ଧସ୍ତାଧସ୍ତି ହୋଇଥିଲେ ।  ବାବାଙ୍କ ସମର୍ଥକ ଖୋାଲାଖୋଲି ପ୍ରଶାସନକୁ ବିରୋଧ କରିଥିଲେ ।