ବାନା ବାବା ସମର୍ଥକଙ୍କ ଗୁଣ୍ଡାଗିରି:ବନ ବିଭାଗ କବଜାରେ ଥିବା ସରକାରୀ ଜମିକୁ କଲେ ଅକ୍ତିଆର

108

ପୁରୀ ବ୍ୟୁରୋ , କନକ ନ୍ୟୁଜ୍:ବାବାଙ୍କ କବଜାରେ ଆଶ୍ରମ । ପ୍ରଶାସନର ତାର ବାଡ ଭାଙ୍ଗି ଆଶ୍ରମକୁ ଧସେଇ ପଶିଲେ ବାବାଙ୍କ ଶତାଧିକ ସମର୍ଥକ । ଏଭଳି ଘଟଣା ଘଟିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ସ୍ଥିତ ବିବାଦୀୟ ବାନା ବାବାଙ୍କ ଆଶ୍ରମରେ । ଦୀର୍ଘଦିନ ହେବ ସରକାର ଜମିକୁ ଜବରଦଖଲ କରି ବାନା ବାବା ଗଢିଥିଲେ ଆଶ୍ରମ । ଏକର ଏକର ଜଙ୍ଗଲକୁ ପଦା କରି ବିରାଟକାୟ ଆଶ୍ରମ କରି ବାବା ଚଳାଇଥିଲେ ତାଙ୍କର ରାଜୁତି । ଏନେଇ ଅଭିଯୋଗ ହେବା ପରେ ପ୍ରଶାସନ ପକ୍ଷରୁ ଆଶ୍ରମରୁ ଜବରଦଖଲ ଉଚ୍ଛେଦ କରାଯାଇଥିଲା । ପ୍ରଶାସନ ପକ୍ଷରୁ ସରକାରୀ ଜମିକୁ ତାର ବାଡବୁଲାଇ ଜଗି ରହିଥିଲେ ବନ କର୍ମଚାରୀ । ହେଲେ ଆଜି ବାନା ବାବାଙ୍କ ଶତାଧିକ ସମର୍ଥକ ଆଶ୍ରମର ତାର ବାଡ ଭାଙ୍ଗି ଧସେଇ ପସିଛନ୍ତି ।