ବାନା ସାମ୍ରାଜ୍ୟର ସୂର୍ଯ୍ୟାସ୍ତ

48

ବାବାଙ୍କର ବହୁରୂପୀ ବେଶ  । ବାହାରେ ଆଧ୍ୟାତ୍ମିକତାର ଚାଦର  । ଭିତରେ ବିଳାସ ପାଇଁ ବ୍ୟଗ୍ରତା  । ଭକ୍ତଙ୍କ ମତରେ ଇଏ ଭଗବାନଙ୍କ ଅବତାର । ମହାଶୟ ଜଣକ ନିଜକୁ ବୋଲାଇଥାନ୍ତି ଭଗବାନଙ୍କ ପାଖ ଲୋକ ବା ଖୋଦ ଭଗବାନ ବୋଲି । ନିଜର ଦିବ୍ୟ ପ୍ରବଚନ ଓ ଅଲୌକିକ ଉପଲବ୍ଧି ବଳରେ ଭକ୍ତଙ୍କ ମନରେ ସେ ଆସ୍ଥାନ ଜମାଇଥିବା ବେଳେ ଅତୀତରେ ଅନେକ ବାବା ନିଜର ବ୍ୟକ୍ତିଗତ ଜୀବନ ପାଇଁ ବିବାଦ ଘେରକୁ ଆସିଛନ୍ତି । ଭକ୍ତଙ୍କ ବିଶ୍ୱାସ ଉପରେ ଯେଉଁମାନେ ନିଜର ଆଧ୍ୟାତ୍ମିକ ସାମ୍ରାଜ୍ୟ ସୃଷ୍ଟି କରିଥିଲେ । କିଛି ଦିନ ପରେ ଟଙ୍କା ପଇସା ଭୂସମ୍ପତି ସବୁକିଛି ସେମାନଙ୍କ ହାତମୁଠାକୁ ଆସି ଯାଇଥିଲା । ହେଲେ ଏହା ପଛରେ ଥିଲା କୁତ୍ସିତ ଭାବନା । ଆଉ ଯାହାର ସାମାନ୍ୟ ସୁରାକ୍ ମଧ୍ୟ ଭକ୍ତଟି ପାଇନଥିଲା । ଅନ୍ଧ ଭାବରେ ସେ ତଥାକଥିତ ଆଧ୍ୟାତ୍ମିକ ଗୁରୁଙ୍କୁ ବିଶ୍ୱାସ କରି ଚାଲିଥିଲା । ଏପରିକି ଭଗବାନଙ୍କ ଆସନରେ ମଧ୍ୟ ବସାଇବାକୁ ପଛାଇନଥିଲା ଭକ୍ତଟି । ତେବେ ପରବର୍ତୀ ସମୟରେ ଧରାପଡ଼ିଥିଲା ସତ ଓ ବାବାଙ୍କୁ ନେଇ ଉଠିଥିଲା ବିବାଦ । ଏହା ହେଉଛି ବାନା ବାବାଙ୍କ କଳକୀ ଆଶ୍ରମ ଉଚ୍ଛେଦ ପ୍ରସଙ୍ଗ । ପୁରା ପ୍ରସଙ୍ଗକୁ ନେଇ ଦେଖନ୍ତୁ ସ୍ପେଶାଲ ରିପୋର୍ଟ ବାନା ସାମ୍ରାଜ୍ୟର ସୂର୍ଯ୍ୟାସ୍ତ  ।