ସାଉଦି ଆରବରେ ଆଜି ଠାରୁ ମହିଳାଙ୍କୁ ଅଫିସିଆଲ ଭାବେ ରାସ୍ତାରେ ଗାଡି ଚଲାଇବାର ଅନୁମତି ମିଳିଯାଇଛି । ଏହା ସହିତ ସାଉଦି ଆରବ ମହିଳାଙ୍କୁ ଗାଡି ଚଲାଇବା ଉପରେ ପ୍ରତିବନ୍ଧକ ହଟାଇଥିବା ଦୁନିଆର ଶେଷ ଦେଶ ବନିଯାଇଛି । ସାଉଦି ଆରବ ଦୁନିଆର ଏକମାତ୍ର ଦେଶ ଥିଲା, ଯେଉଁଠି ମହିଳାଙ୍କୁ ଡ୍ରାଇଭିଙ୍ଗ କରିବା ପାଇଁ ଦିଆଯାଉନଥିଲା ।

ଏହି ଦେଶର ଇତିହାସରେ ଏହା ଏକ ଐତିହାସିକ ଦିନ, କାହିଁକିନା ୬୦ରୁ ଅଧିକ ବର୍ଷ ଧରି ମହିଳାଙ୍କୁ କେବଳ ଯାତ୍ରୀ ସିଟ୍ ରେ ବସିବାକୁ ପଡୁଥିଲା ଅର୍ଥାତ୍ ନିଜେ ଗାଡି ଚଲାଇ ପାରିବେନି । ଗାଡି ଚଲାଇବା ଉପରେ ପ୍ରତିବନ୍ଧକ ହଟିବା ପରେ ଗଲ୍ଫ ଦେଶରେ ୧.୫୧ ମହିଳା ପ୍ରଥମ ଥର ରାସ୍ତା ଉପରେ ଗାଡି ଚଲାଇବାକୁ ସକ୍ଷମ ହେବେ ।

ଜଣାଇଦେଉଛୁ ଯେ, ସାଉଦି ଆବରେ ସେପ୍ଟେମ୍ବର ୨୦୧୭ରେ ମହିଳାଙ୍କୁ ଗାଡି ଚଲାଇବା ଉପରେ ପ୍ରତିବନ୍ଧକ ହଟାଇବାକୁ ଘୋଷଣା କରାଯାଇଥିଲା । ଏହି ନିଷ୍ପତ୍ତି କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନଙ୍କ ଭିଜନ୍ ୨୦୩୦ କାର୍ଯ୍ୟକ୍ରମର ଅଂଶ ଅଟେ । ସେ ୨୦୧୮ ପର୍ଯ୍ୟନ୍ତ ଏହି ଆଦେଶକୁ ଲାଗୁ କରିବାକୁ କହିଥିଲେ ।

ଜେଦାହର ଏକ ମହିଳା ହମ୍ସା ଅଲ-ସୋନୋସୀଙ୍କ କହିବାନୁସାରେ ସେ ସ୍ୱପ୍ନରେ ବି କେବେ ଭାବି ନଥିଲେ କି ତାଙ୍କ ଜୀବନରେ ଗୋଟାଏ ଏମିତି ଦିନ ଦେଖିବାକୁ ପାଇବେ । ଜେଦାହ ମହିଳାଙ୍କୁ ଲାଇସେନ୍ସ ଦେଉଥିବା ଦେଶ ମଧ୍ୟରେ ଏହା ଦ୍ୱିତୀୟ ଦେଶ । ସାଉଦି ଆରବକୁ କଟ୍ଟରପନ୍ଥୀ ଦେଶ ଭାବେ ଗଣାଯାଏ, ଯେଉଁଠି ମହିଳାଙ୍କ ପାଇଁ ବହୁତ ସାରା କଟକଣା ଅଛି । ସାଉଦି ଶାସକ ସଲମାନଙ୍କ ଏହି ପଦକ୍ଷେପକୁ ସାରା ଦୁନିଆରେ ପ୍ରଶଂସା କରାଯାଇଛି ।