ଉତ୍ତରାଖଣ୍ଡରେ ୱାଟର ସ୍ପୋର୍ଟ୍ସ ଉପରେ ରୋକ୍ ଲଗାଇଲେ ହାଇକୋର୍ଟ : ପରିବେଶ ଓ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଗାଇଡଲାଇନ ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ

29

କନକ ବ୍ୟୁରୋ :  ଉତ୍ତରାଖଣ୍ଡରେ ୱାଟର ସ୍ପୋର୍ଟ୍ସ ଉପରେ ରୋକ୍ ଲଗାଇଲେ ହାଇକୋର୍ଟ । ଏହାସହ ପାରା ଗ୍ଲାଇଡିଂ ଉପରେ ମଧ୍ୟ ରୋକ୍ ଲଗା ଲଗାଯାଇଛି । ଉଭୟ ପରିବେଶ ଓ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ କଡାକଡି ଗାଇଡଲାଇନ ବନା ଯିବା ପରେ ଏହାକୁ ପୁଣି ଥରେ ଆରମ୍ଭ କରାଯିବ ବୋଲି କୋର୍ଟ କହିଛନ୍ତି । କୋର୍ଟଙ୍କ ଏହି ରାୟ ପରେ ଉତରାଖଣ୍ଡକୁ ଆଡଭେନଚର ସ୍ପୋଟ୍ସ ପାଇଁ ଆସୁଥିବା ପର୍ଯ୍ୟଟକଙ୍କୁ ଝଟକା ଲାଗିଛି । ଋଷିକେଶର ଜଣେ ସାମାଜିକ କର୍ମୀ ହରିଓମ କଶ୍ୟପଙ୍କ ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ବିଚାରପତି ରାଜୀବ ଶର୍ମା ଓ ଲୋକପାଳ ସିଂଙ୍କ ଦ୍ୱାରା ଗଠିତ ଖଣ୍ଡପ୍ଥଙ୍ଖ ୱାଟର ସ୍ପୋର୍ଟ୍ସ ଉପରେ ଏହି ବ୍ୟାନ ଲଗାଇଛନ୍ତି ।

ଉତ୍ତରାଖଣ୍ଡରେ ୱାଟର ସ୍ପୋର୍ଟ୍ସ ପୁଣି ଆରମ୍ଭ କରିବା ଲାଗି ନିର୍ଦ୍ଧାରିତ ନୀତିର ସମୀକ୍ଷା କରିବା ପାଇଁ ହାଇକୋର୍ଟ ପ୍ରଶାସନକୁ କହିଛନ୍ତି । ଦୁଇ ସପ୍ତାହ ମଧ୍ୟରେ ଏହାର ସମୀକ୍ଷା କରି ସ୍ୱଚ୍ଛ ନୀତି ଲାଗୁ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ୱାଟର ରାଫ୍ଟିଂରେ ପ୍ରାୟ ୫ରୁ ୭ହଜାର ଲୋକଙ୍କୁ ନିଯୁକ୍ତି ମିଳିଥିବା ବେଳେ ବର୍ଷକ ପ୍ରାୟ ୭୫ରୁ ୮୦କୋଟି ଟଙ୍କା ଆୟ ହୋଇଥାଏ । ଜିଲ୍ଲା ପ୍ରଶାସନ ଗଙ୍ଗା ନଦୀ କୂଳରେ ବେଆଇନ ଭାବେ ୱାଟର ରାଫ୍ଟିଂ ପାଇଁ ଅନୁମତି ଦେଉଥିବା ନେଇ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା ।