ବର୍ଷା ହେଲେ ବାଉଁଶରାଣୀ ! କାଳୀପଣାର କାଳସ୍ରୋତରେ ବାଜି ଲାଗୁଛି ଆଦିବାସୀର ଜୀବନ

86

କନ୍ଧମାଳ : ତଳେ କାଳୀପଣା ନଈର କାଳସ୍ରୋତ । ଉପରେ ଆଖି ପାଉନଥିବା ଅସୀମ ଆକାଶ । ଆଉ ମଝିରେ ଆଦିବାସୀର ଜୀବନ । ଯେଉଁଠି ବର୍ଷା ହେଲେ ଚାଲେ ବାଉଁଶରାଣୀର ଖେଳ । ଯେଉଁଠି ଜୀବନ ପାଇଁ ଲାଗେ ଜୀବନର ବାଜି । ରାଜଧାନୀରୁ ରାତିଟିଏ ବାଟ ଗଲେ ଏ ହେଉଛି କନ୍ଧମାଳ ଜିଲ୍ଲାର ଅସଲି ଚିତ୍ର । ଯେଉଁଠି ମାଟି ଓଦା ହେଲେ ଆଖି ଓଦା ହୁଏ । ନଈ ସେପଟେ ୨୫ରୁ ଅଧିକ ଛୋଟ ବଡ ଗାଁ । ପଂଚାୟତ ହେଉ କି ବ୍ଲକ୍ ହେଡକ୍ୱାଟର୍ । ଗାଁରୁ ଆସିବାକୁ ହେଲେ ୨୫ କିଲୋମିଟରର ବୁଲାଣି ରାସ୍ତା । ଆଉ ସର୍ଟକର୍ଟରେ କାଳୀପଣା ନଈ ଉପରେ ଝୁଲା ତାରର ପୋଲ ।

vlcsnap-2016-10-08-19h33m41s890ଗାଁରେ ଗୋଟିଏ ବୋଲି ସ୍କୁଲ ଥିଲା । ନଈ ଡେଇଁ ଶିକ୍ଷକ ନଆସିବାରୁ ସ୍କୁଲ ବନ୍ଦ ହୋଇଗଲା । କିଛି ଅଭିଭାବକ ନିଜ ପିଲାଙ୍କୁ ଆବାସିକ ସ୍କୁଲରେ ଭର୍ତ୍ତି କରିଛନ୍ତି । ଆଉ କିଛି ପିଲା ଏବେ ବି ବିପଦର ନଈକୁ ପାର୍ କରି ପ୍ରତିଦିନ ଆସୁଛନ୍ତି ପାଠ ପଢିବାକୁ ।

ବର୍ଷେ ତଳେ ଏହି ବ୍ଲକର ଅନ୍ୟ ଏକ ଅଂଚଳରୁ ଆସିଥିଲା ଏମିତି ଏକ ଚିତ୍ର । ଯାହାକୁ ଦେଖି ସାରା ଓଡିଶା ବିଚଳିତ ହୋଇପଡିଥିଲା। ହେଲେ ବିକାଶର କଥା କହୁଥିବା ସରକାରଙ୍କୁ ଦେଖା ଯାଇ ନଥିଲା ଏହି ବାଉଁଶରାଣୀର ଖେଳ । ଏବେ ପୁଣି ଆସିଛି ସରକାରଙ୍କୁ ଉପହାସ କରିବାକୁ ଆଉ ଏକ ଚିତ୍ର ।

ଦେଖନ୍ତୁ ଏହି ଭିଡିଓ –