ଉତ୍ତରାଖଣ୍ଡର ଦୂରାନ୍ତ ଗାଁମାନଙ୍କରେ ଖୁବ୍ ଶୀଘ୍ର ମାଗଣା ଓ୍ଵାଇ-ଫାଇ ଯୋଗାଇବ ଇଣ୍ଟରନେଟ୍ ପ୍ରସାରଣକାରୀ ବେଲୁନ୍। ଏହି ପାର୍ବତ୍ୟ ରାଜ୍ୟରେ ଥିବା ମଫସଲ ଅଞ୍ଚଳରେ ଇଣ୍ଟରନେଟ୍ ଆକସେସ୍ ଯୋଗାଇ ଦେବା ପାଇଁ ଖଟା ଯାଇଥିବା ଉଦଜାନ ବେଲୁନ୍ ବ୍ୟବହାର କରାଯିବ। ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାଓ୍ଵତଙ୍କ ଉପସ୍ଥିତିରେ ଶୁକ୍ରବାର ଦିନ ଡେରାଡୁନ୍ ଅନ୍ତର୍ଗତ ଆଇଟି ପାର୍କରେ ପରୀକ୍ଷାମୂଳକ ଏ ପ୍ରକାର ପ୍ରଥମ ଉଦଜାନ ବେଲୁନ୍ ଲଞ୍ଚ୍ କରାଯାଇଛି।
ଏହି ବେଲୁନକୁ ଉପରକୁ ଉଠାଇ ରଖିବାକୁ ଉଦଜାନ ବାଷ୍ପ ବ୍ୟବହୃତ ହୁଏ। ସର୍ଭିଲେନସ୍ ପାଇଁ ଏଥିରେ ରହିଛି କ୍ୟାମେରା, କଲ୍ କରିବାକୁ ରହିଛି ଗୋଟାଏ ବେସ୍ ଟ୍ରାନସରିସିଭର୍ ଆଣ୍ଟେନା ଏବଂ ଇଣ୍ଟରନେଟ୍ ଯୋଗାଇବାକୁ ରହିଛି ଓ୍ଵାଇ-ଫାଇ ମୋଡେମ୍। ୬ ମିଟର୍ ଲମ୍ବ ଏହି ବେଲୁନଟି ୧୪ ଦିନ ପାଇଁ ଶୂନ୍ୟରେ ଭାସି ବୁଲିବ। ପ୍ରତି ଉଦଜାନ ବେଲୁନ୍ ସ୍ଥାପନା କରିବାକୁ ଲାଗିବ ୫୦ ଲକ୍ଷ ଟଙ୍କା। ଏହା ୫ ଏମବିପିଏସ୍ ବେଗରେ ୭. ୫ ରେଞ୍ଜରେ ଇଣ୍ଟରନେଟ୍ ସେବା ଯୋଗାଇବ। ଏହି ରେଞ୍ଜ୍ ମଧ୍ୟରେ ଥିବା ଯେ କେହି ପ୍ରାରମ୍ଭିକ ଭାବେ ମାଗଣାରେ ଓ୍ଵାଇ-ଫାଇ ସେବା ପାଇବେ। ବିନା ପାସ୍ ଓ୍ଵାର୍ଡରେ ଯେ କେହି ଏହାକୁ ଲଗ୍ ଇନ୍ କରିବାକୁ ସମର୍ଥ ହେବେ।