ପ୍ରଧାନମନ୍ତ୍ରୀଙ୍କୁ ପାକିସ୍ତାନର ଧମକପୂର୍ଣ୍ଣ ବାର୍ତ୍ତା

45

କନକ ବ୍ୟୁରୋ : ପଞ୍ଜାବ ସୀମାରେ ଧମକ ପୂର୍ଣ୍ଣ ବେଲୁନ ଉଡୁଥିବାର ଦେଖିବାକୁ ମିଳିଛି । ଉର୍ଦ୍ଦୁ ଭାଷାରେ ବଦଲା ଲେଙ୍ଗେ ବୋଲି ଏହି ବେଲୁନରେ ଲେଖାଯାଇଥିବା ଦେଖିବାକୁ ମିଳିଛି । ସେହିପରି ପଠାନକୋର୍ଟର ଉଡୁଥିବା ବେଲୁନରେ ଲେଖାଯାଇଛି ମୋଦି ସରକାର ଯୁଦ୍ଧ ଲଢ଼ି ପାରିବେନି । ପଞ୍ଜାବର ପଠାନକୋର୍ଟ ଓ କର୍ତାପୁର ଅଂଚଳରେ ଏହି ବେଲୁନ ଉଡୁଥିବାର ଦେଖିବାକୁ ମିଳିଛି ।

ପାକିସ୍ତାନ ଭାରତ ସୀମା ଭିତରକୁ ଏହି ବେଲୁନ ଛାଡିଥିବା ଅନୁମାନ କରାଯାଉଛି । ପୁଲିସ ଏହି ବେଲୁନ ଉଡାଣକୁ ନେଇ ତଦନ୍ତ ଆରମ୍ଭ କରିିଛି । ଏହା ପୂର୍ବରୁ ସୀମାଂଚଳରେ କେତେକ ପାରା ଦେଖିବାକୁ ମିଳିଥିଲା ଯେଉଁ ପାରାମାନଙ୍କ ଦେହରେ ଉର୍ଦ୍ଦୁ ଭାଷାରେ କୋର୍ଡ ନମ୍ବର ଲେଖାଯାଇଥିଲା ।

ଅନ୍ୟପଟେ ପାକିସ୍ତାନର ବରିଷ୍ଠ ସାମ୍ବାଦିକ ତଥା ରାଜନୈତିକ ବିଶାରଦ ହସନ ନିସାର କହିଛନ୍ତି ମାନଚିତ୍ରରେ ଇତିହାସ ହୋଇଯିବ ପାକିସ୍ତାନ। ଉସକେଇ ଉସକେଇ ଶତ୍ରୁ ସୃଷ୍ଟି କରୁଛି ପାକିସ୍ତାନ । ଏହା ସହ କହିଛନ୍ତି ଯଦି ଭାରତ ଉପରେ ପାକ୍ ପରମାଣୁ ବୋମା ଆକ୍ରମଣ କରେ ତେବେ ପାକିସ୍ତାନ ସମଗ୍ର ବିଶ୍ୱ ମାନଚିତ୍ରରୁ ଲୋପ ପାଇଯିବ ।

ସେ ପରମାଣୁ ଆକ୍ରମଣର ଧମକ ଦେଉଥିବା ପାକିସ୍ତାନୀଙ୍କୁ କହିଛନ୍ତି ଭାରତର ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ଯାହା କହୁଛନ୍ତି ମାନି ନିଅ । ନଚେତ୍ ସମ୍ପୂର୍ଣ୍ଣ ପାକିସ୍ତାନ ଶେଷ ହୋଇଯିବ । ହସନ ନିସାର ଦୁନିଆ ନ୍ୟୁଜକୁ ଏକ ସାକ୍ଷାତକାର ଦେଇ କହିଛନ୍ତି ପାକିସ୍ତାନରେ ପାଗଳଙ୍କର ରାଜ ଚାଲିଛି । ଉରି ଆତଙ୍କବାଦୀ ଆକ୍ରମଣ ପରେ ଆମେରିକା ଭଳି ରାଷ୍ଟ୍ରମାନେ ପାକିସ୍ତାନକୁ ଚେତାବନୀ ଦେଇଥିଲେ । ଏବେ ଦେଶ ଭିତରୁ ପାକସ୍ତାନକୁ ମିିଳିଛି ଚେତାବନୀ ।