କର୍ଣ୍ଣାଟକ ଅଙ୍କକୁ ନେଇ କଳ୍ପନାଜଳ୍ପନା । ୫ଟି ଆସନରୁ ୪ଟିରେ ଆଗୁଆ ରହିଛି କଂଗ୍ରେସ-ଜେଡିଏସ ମେଂଟ

ସମ୍ମାନସ୍ପଦ ବେଲାରୀ ଲୋକସଭା ଆସନରେ  କଂଗ୍ରେସ ବହୁ ଆଗରେ

291

କନକ ବ୍ୟୁରୋ: କର୍ଣ୍ଣାଟକର ୩ ଲୋକସଭା ଓ ୨ଟି ବିଧାନସଭା ଆସନ ଉପନିର୍ବାଚନର ଭୋଟଗଣତି ଚାଲିଛି । ଶେଷଖବର ସୁଦ୍ଧା, ୫ଟି ଆସନରୁ ୪ଟି କଂଗ୍ରେସ-ଜେଡିଏସ ମେଂଟ ଆଗୁଆ ରହିଥିବାବେଳେ କେବଳ ଗୋଟିଏ ଆସନରେ ବିଜେପି ଆଗରେ ରହିଛି । ବେଲାରୀ, ସିମୋଗା ଓ ମାଣ୍ଡ୍ୟା ଲୋକସଭା ଏବଂ ଜାମଖଣ୍ଡି, ରାମନଗର ବିଧାନସଭା ଆସନରେ କଡା ସୁରକ୍ଷା ମଧ୍ୟରେ  ଭୋଟଗଣତି ଚାଲିଛି । ସମ୍ମାନସ୍ପଦ ବେଲାରୀ ଲୋକସଭା ଆସନରେ  କଂଗ୍ରେସ ବହୁ ଆଗରେ ରହିଛି ।

ଏଠାରେ କଂଗ୍ରେସ ପ୍ରାର୍ଥୀ ତାଙ୍କ ନିକଟତମ ବିଜେପି ପ୍ରାର୍ଥୀଙ୍କଠାରୁ ରେକର୍ଡ ଦେଢଲକ୍ଷ ଭୋଟରେ ଆଗରେ ଅଛନ୍ତିା  ଖଣି ମାଲିକ ତଥା ବିଜେପି ଷ୍ଟଙ୍ଗମ୍ୟାନ ରେଡ୍ଡି ବ୍ରଦର୍ସଙ୍କ  ଗଡ ଭାବେ ଜଣାଶୁଣା ବେଲାରୀ । ବି. ଶ୍ରୀରାମୁଲୁଙ୍କ ଭଉଣୀ ଜେ,ସ୍ଥାନା ଏଠାରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି । ବେଲାରୀ ଆସନ କଂଗ୍ରେସ-ଜେଡିଏସ ପାଇଁ ସମ୍ମାନର ପ୍ରଶ୍ନ ହୋଇଛି । ସିମୋଗା ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଆଗରେ ବିଜେପିର ରାଘବେନ୍ଦ୍ର ଜେଡିଏସ ପ୍ରାର୍ଥୀ ଏସ.ମଧୁବାଙ୍ଗାରପ୍ପାଙ୍କ ଠାରୁ ଆଗରେ ଅଛନ୍ତି ।

ରାଘବେନ୍ଦ୍ର ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ୟେଦୁୟୁରପ୍ପାଙ୍କ ପୁଅ । ଏଠାରେ ୩ ଜଣ ପୂର୍ବର୍ତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ନିର୍ବାଚନ ଲଢୁଛନ୍ତି । ମାଣ୍ଡ୍ୟା ଲୋକସଭା ଆସନରେ ଜେଡିଏସ ପ୍ରାର୍ଥୀ ବହୁ ଆଗରେ ଆଗୁଆ ଅଛନ୍ତି । ଶାସକ ଜେଡିଏସର ଗଡ ହେଉଛି ମାଣ୍ଡ୍ୟା ଆସନ । ପୂର୍ବତନ ପ୍ରଧାନମନ୍ତ୍ରୀ ଦେବଗୌଡାଙ୍କ ଘରୋଇ ଜିଲ୍ଲା ହେଉଛି ମାଣ୍ଡ୍ୟା । ଜାମଖଣ୍ଡି ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଆଗରେ ଅଛନ୍ତି  ।

ବର୍ତ୍ତମାନର ବିଧାୟକଙ୍କ ମୃତ୍ୟୁ ପରେ ଏଠାରେ ଉପନିର୍ବାଚନ ହେଉଛି । ରାମନଗର ଆସରେ ଜେଡିଏ ପ୍ରାର୍ଥୀ ଅନୀତା କୁମାରସ୍ୱାମୀ ଆଗରେ ଅଛନ୍ତି । ଅନୀତା କୁମାରସ୍ୱାମୀ ଜିତିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି ।  ଅନୀତା ହେଉଛନ୍ତି ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କ ସ୍ତ୍ରୀ । ଏହି ଆସନରୁ ବିଜେପି ପ୍ରାର୍ଥୀ ଏଲ.ଚନ୍ଦ୍ରଶେଖର ମୈଦାନରୁ ହଟି କଂଗ୍ରେସରେ ସାମିଲ ହୋଇସାରିଛନ୍ତି ।