କନକ ବ୍ୟୁରୋ : ଉନ୍ମୋଚିତ ହୋଇଛି ବିଦାୟୀ ଉନ୍ନୟନ କମିଶନର ଆର ବାଳକ୍ରିଷ୍ଣନଙ୍କ ପୁସ୍ତକ ‘ଫ୍ରୋଜେନ ଫୁଟଫ୍ରିଂଟ’ର ଓଡିଆ ଅନୁବାଦ ‘ଆବଦ୍ଧ ପଦଚିହ୍ନ’ । ଏହି ପୁସ୍ତକରେ ଓଡିଶାର ପ୍ରାଚୀନ ସଂସ୍କୃତି ଓ ସଭ୍ୟତାର ପ୍ରାମାଣିକ ତଥ୍ୟ ରହିଛି । ଏହି ପୁସ୍ତକରେ ଓଡିଶାର ୨୨୯୫ ଗାଁର ମୂଳ ନାମକରଣର ଉତ୍ପତି ସଂପର୍କରେ ବର୍ଣ୍ଣନା ସହ କୋଣାର୍କର ଇତିହାସ ରହିଛି । ଏହା ସହ ଓଡିଶାରେ କିଭଳି ଇରାନ, ଆଫ୍ରିକା, ମେସୋପଟାମିଆ, ମୁଲତାନର ସତା ମିଳିବ ତାହା ଏହି ବହିରେ ଦର୍ଶାଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ସେହିପରି ଭାରତ ବ୍ୟତୀତ ପାକିସ୍ତାନ, ବାଂଲାଦେଶରେ କିଭଳି ଜଗନ୍ନାଥଙ୍କ ନାମ ମିଳୁଛି ତାହା ସେ ପୁସ୍ତକରେ ପ୍ରମାଣିକ ଭାବେ ଉପସ୍ଥାପନ କରିଛନ୍ତି । ୨୭୦ ପୃଷ୍ଠାର ଏହି ପୁସ୍ତକରେ ୧୪ଟି ନିବନ୍ଧ ରହିଛି । ପ୍ରତି ନିବନ୍ଧରେ ଓଡିଶାର ସଂସ୍କୃତି ଓ ସଭ୍ୟତାର ଭିନ୍ନ ଭିନ୍ନ ତଥ୍ୟ ରହିଛି । ଆଇଏଏସ ଅଫିସର ବାଲକ୍ରିଷ୍ଣନଙ୍କ ଏଭଳି ଓଡିଆ ପ୍ରୀତିକୁ ବେଶ ପ୍ରଂଶସା କରିଛନ୍ତି ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ । ଏହି ପୁସ୍ତକକୁ ଓଡିଆରେ ଅନୁବାଦ କରିଛନ୍ତି ସଂଗ୍ରାମ ମହାପାତ୍ର ।