ବାଲିଗୁଡାରେ କାଳିଆ ଚାଷୀ ସମାବେଶରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ! ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବା ସହ କହିଲେ ଏପ୍ରିଲ ୧ରୁ ମିଳିବ କାଳିଆ ଟଙ୍କା

318

କନକ ବ୍ୟୁରୋ : ଦିନିକିଆ କନ୍ଧମାଳ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବାଲିଗୁଡାରେ ପହଁଚିଛନ୍ତି । ବାଲିଗୁଡାରେ ଏକ ବିଶାଳ ଚାଷୀ ସମାବେଶକୁ ସଂବୋଧନ କରିବେ ମୁଖ୍ୟମନ୍ତ୍ରୀ । ସେଥିପାଇଁ ବାଲିଗୁଡାରେ ହଜାର ହଜାର ଚାଷୀଙ୍କ ସମାବେଶ ଦେଖିବାକୁ ମିଳିଛି । ତେବେ ଏହି ଅବସରରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି କାଳିଆ ଯୋଜନାରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ କାଳିଆ ଟଙ୍କା ଅପ୍ରେଲ ୧ ତାରିଖରେ ପ୍ରଦାନ କରାଯିବ ବୋଲି କୁହାଯାଇଛି । ମାର୍ଚ ୨୦ ତାରିଖ  ପର୍ଯ୍ୟନ୍ତ ପ୍ରତିଗ୍ରାମ ପଂଚାୟତରେ ପ୍ରଦର୍ଶିତ ହେବ କାଳିଆ ଯୋଜନାର ତୃତୀୟ  ପର୍ଯ୍ୟାୟ ନାମ ତାଲିକା ।

naveen-patnaik

କନ୍ଧମାଳ କାଳିଆ ସମାବେଶରେ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ ଦେଇ କହିଛନ୍ତି କାଳିଆ ଯୋଜନା ସାରା ଦେଶକୁ ବାଟ ଦେଖାଇଛି । ଗରୀବ ଚାଷୀ ଓ ଗରୀବ ଲୋକଙ୍କ ସହ ମୁଁ ଅଛି । ମିଶନ ଶକ୍ତିର ମାଆ ମାନଙ୍କୁ ବିନା ସୁଧରେ ଋଣ ମିଳୁଛି । ଜଣେ ବି ଯୋଗ୍ୟ ଚାଷୀ ଯେମିତି ତାଲିକାରୁ ବାଦ୍ ପଡିବେନି ବୋଲି ମୁଖ୍ୟମନ୍ତ୍ରୀ ଆଗରୁ ସ୍ପଷ୍ଟ କରିଥିଲେ ।