ବାଲିଗୁଡାରେ ଫେକ୍ ଏନକାଉଂଟର : ସିଆରପିଏଫ ଯବାନଙ୍କ ଗୁଳିମାଡରେ ୫ ଗ୍ରାମବାସୀଙ୍କ ମୃତ୍ୟୁ ଅଭିଯୋଗ

25

ବାଲିଗୁଡା : ବାଲିଗୁଡା ଗୁମୁଡୁମାହା ଗାଁ ନିକଟରେ ଏନକାଉଂଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତକମାନେ ସାଧାରଣ ଲୋକ ହୋଇଥିବା ଜଣାପଡିଛି । ଏମାନଙ୍କ ମଧ୍ୟରେ କିଛି ମହିଳା ଅଛନ୍ତି । କମ୍ବିଂ ବେଳେ ସୁରକ୍ଷାକର୍ମୀଙ୍କ ଗୁଳିମାଡରେ ଏଭଳି ଅଘଟଣ ଘଟିଛି । ମୃତକମାନେ ଗୋଟିଏ ଅଟୋରେ ବାଲିଗୁଡାରୁ ବ୍ୟାଙ୍କ କାମ ସାରି ଫେରୁଥିବା ବେଳେ କମ୍ବିଂରେ ଫସି ଯାଇଥିଲେ । ମାଓବାଦୀ ଓ ଏସଓଜିଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ସେମାନଙ୍କ ମୃତ୍ୟୁ ହୋଇଥିବା କନ୍ଧମାଳ ପୁଲିସ ସୂଚନା ଦେଇଛି । ମାଓବାଦୀମାନେ ତୁମୁଡିବନ୍ଧ ବ୍ଲକର ଗୁଗୁଡୁମାହା ଜଙ୍ଗଲକୁ ଯିବା ଲାଗି ରାସ୍ତା ପାରି ହେଉଥିବା ଖବର ପୁଲିସ ପାଖରେ ଥିଲା । ପୂର୍ବରୁ ଏସଓଜି ଯବାନମାନେ ଜଗି ରହିଥିଲେ । ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏଥିରେ ୨ ଜଣ ଏସଓଜି ଯବାନ ମଧ୍ୟ ଆହତ ହୋଇଛନ୍ତି । ପରେ ଗତକାଲି ସଂଧ୍ୟାରୁ ଆରମ୍ଭ ହୋଇଥିବା କମ୍ବିଂ ଅପରେସନରେ ବିଳମ୍ବିତ ରାତିରୁ ସାମିଲ ହୋଇଛନ୍ତି ଡିଭିଏଫ ଯବାନ ଓ ସିଆରପିଏଫ ଯବାନ । ଏବେ ବି ଗୁଳିବିନିମୟ ଜାରି ରହିଛି ।