ସଂପନ୍ନ ହେଲା ମୃତ ଆଦିବାସୀଙ୍କ ଶୁଦ୍ଧିକ୍ରିୟା : ନ୍ୟାୟ ଦାବିରେ ୧ରୁ ଆଦିବାସୀ ଦଳିତ ମଂଚର ଗଣଆନ୍ଦୋଳନ

49

କନ୍ଧମାଳ : କନ୍ଧମାଳ ଜିଲ୍ଲା ଗୁମୁଡୁମାହା ଠାରେ ଯବାନଙ୍କ ଗୁଳିମାଡରେ ୫ ମୃତ ଆଦିବାସୀଙ୍କ ଆଜି ଶୁଦ୍ଧିକ୍ରିୟା ସଂପନ୍ନ ହୋଇଛି । ଗତ ୮ ତାରିଖରେ ଏନକାଉଂଟରରେ ୫ ଗ୍ରାମବାସୀଙ୍କ ମୃତ୍ୟୁକୁ ନେଇ ଆଦିବାସୀଙ୍କ ଦାବିକୁ ସରକାର ଶୁଣୁ ନାହାନ୍ତି । ଏସଓଜି ଯବାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ । ଏହାର ପ୍ରତିବାଦରେ ଆସନ୍ତା ଅଗଷ୍ଟ ୧ ତାରିଖରେ ଆଦିବାସୀ ଦଳିତ ମଂଚ ଗଣ ଆନ୍ଦୋଳନ ଡାକରା ଦିଆଯାଇଛି । ଏନକାଉଂଟର ମାମଲାର ତଦନ୍ତ ପାଇଁ ଗଠିତ ଏସଆଇଟି ଭୂତ ତଦନ୍ତ କରୁଥିବା ମଧ୍ୟ ଅଭିଯୋଗ ହୋଇଛି।