କନ୍ଧମାଳ ତୁମୁଡିବନ୍ଧ ତେଲିଗୁଣ୍ଡାରେ ଅଭାବନୀୟ ଘଟଣା : ଘରର ପାଣି ଟାଙ୍କି ଭୁଷୁଡି ମା ଓ ଝିଅ ମୃତ

37

ବାଲିଗୁଡା : କନ୍ଧମାଳ ବାଲିଗୁଡାରେ ଅଭାବନୀୟ ଘଟଣା । ତୁମୁଡିବନ୍ଧ ତେଲିଗୁଣ୍ଡାରେ ଘରର ପାଣି ଟାଙ୍କି ଭୁଷୁଡି ମା, ଝିଅଙ୍କର ମୃତ୍ୟୁ ହୋଇଛି । ଆଜି ସକାଳ ୬ଟା ୩୦ ମିନିଟରେ ଏଭଳି ଅଘଟଣ ଘଟିଛି । ମୃତକ ହେଲେ ଭାରତୀ ଦଳପତି ଓ ତାଙ୍କ ଝିଅ ଯାଜ୍ଞ୍ୟସିନି ଦଳପତି । ଏଭଳି ଅଘଟଣ ପରେ ଗାଁରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି ।