ବନ୍ୟାରେ ବାଲିଆପାଳ ଅବସ୍ଥା ସଂଗୀନ : ବାଲିଆପାଳ-ବସ୍ତା ଯୋଗାଯୋଗ ବିଚ୍ଛିନ୍ନ

39

vlcsnap-2016-09-07-09h17m50s890ବାଲିଆପାଳ : ବନ୍ୟାରେ ବାଲିଆପାଳ ଅବସ୍ଥା ସଂଗୀନ । ଚଳିତ ବର୍ଷ ବାଲିଆପାଳ ତିନି ତିନି ଥର ବନ୍ୟାର ସମ୍ମୁଖୀନ କଲାଣି । ଦୁଇ ଦିନର ଲଗାଣ ବର୍ଷା ଲୋକଙ୍କ ନିଜ ହଜାଇ ଦେଇଛି ।

ବନ୍ୟାଜଳରେ ବୁଡି ରହିଛି ୭ ପଂଚାୟତର ୨୭ଟି ଗାଁ । ଅନେକ ସ୍ଥାନରେ ଘାଇ ସୃଷ୍ଟି ହୋଇଛି । ଧୋଇ ଯାଇଛି ପଥର ପ୍ୟାକିଂ । ବ୍ରିଜ, ରାସ୍ତା ସବୁଠି ବନ୍ୟାଜଳର ସୁଅ ଛୁଟୁଛି । ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣିର ସୁଅ ଛୁଟୁଛି । ଫଳରେ ବାଲିଆପାଳ-ବସ୍ତା ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।