ବାଲିଅନ୍ତା : ପେଟ୍ରୋଲ ପମ୍ପରୁ ଲୁଟ ଉଦ୍ୟମ ପଣ୍ଡ, ୬ ଡକାୟତ ଗିରଫ

34

କନକ ବ୍ୟୁରୋ : ପେଟ୍ରୋଲ ପମ୍ପରୁ ଡକାୟତ ଉଦ୍ୟମ ପଣ୍ଡ । ଲୁଟ ବେଳେ ପୁଲିସ ଓ ଡାକୟତିଙ୍କ ମଧ୍ୟରେ ଗୁଳିିବିନିମୟ ହୋଇଛି । ଖମଙ୍ଗ ବଜାରରେ ପେଟ୍ରୋଲ ପମ୍ପରେ ଡକାୟତି ଉଦ୍ୟମ କରୁଥିବା ବେଳେ ପୁଲିସ-ଡକାୟତିଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ପୁଲିସ ୬ ଡକାୟତଙ୍କୁ ଗିରଫ କରିଛି ।

କଟକର ସ୍ପେଶାଲ ଟିମ ଏମାନଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୩ ଟି ବାଇକ, ମାଉଜର ଓ ଗୁଳି ଜବତ ହୋଇଛି । ଏହି ଡାକୟତି ମାନେ ବିିଭିନ୍ନ ଅପରାଧିରେ ସଂପୃକ୍ତ ଅଛନ୍ତି । ବାରଙ୍ଗରୁ ୯ ଲକ୍ଷ ଟଙ୍କା ଲୁଟ ସହ ବଡ ବଡ ୬ଟି ଅପରାଧିକ ମାମଲାରେ ସଂପୃକ୍ତ ଥିବା ଜଣାପଡିଛି ।