ବାଲେଶ୍ୱର ତିରିଙ୍ଗିପାଟଣାରେ ଫୁଟିଲା ଗୁଳି । ଘର ସାମ୍ନାରେ ବ୍ୟବସାୟୀଙ୍କୁ ଅଜଣା ଦୃର୍ବୃତ ଗୁଳି କରି କଲେ ହତ୍ୟା, ସହଦେବଖୁଂଟା ପୋଲିସର ଖୋଳତାଡ

27

କନକ ବ୍ୟୁରୋ : ବାଲେଶ୍ୱରରେ ଫୁଟିଲା ଗୁଳି । ଅଜଣା ଦୁର୍ବୃତର ଗୁଳି ମାଡରେ ଟ୍ରକ ବ୍ୟବସାୟୀ ମୃତ । ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସହଦେବଖୁଂଟା ଥାନା ଅନ୍ତର୍ଗତ ଥିରିଂପାଟଣା ଗାଁରେ । ମୃତ ଟ୍ରକ ବ୍ୟବସାୟୀ ହେଲେ ମାନସ ରଂଜନ ଦାସ । ଗତକାଲି ରାତି ୧୧ଟାରେ ବ୍ୟବସାୟ କାମ ଶେଷ କରି ମାନସ ଘରକୁ ଫେରୁଥିଲେ । ଘର ଗେଟ୍ ପାଖରେ ପହଂଚିବା ପରେ ମାନସକୁ ପଛପଟୁ ଅଜଣା ଦୁର୍ବୃତ ଗୁଳି ମାଡ କରି ଫେରାର ହୋଇଯାଇଛନ୍ତି । ଘଟଣାସ୍ଥଳରେ ମାନଓ ରଂଜନ ଦାସଙ୍କ ମୃତ୍ୟୁ ହୋଇଯାଇଥିଲା । ତେବେ ଗୁଳିର ଶଦ୍ଦ ଶୁଣି ଘର ଲୋକ ବାହାରକୁ ଦୈାଡିଆସିଥିଲେ ମଧ୍ୟ ଅପରାଧୀଙ୍କୁ ଚିହ୍ନଟ କରିପାରିନଥିଲେ ।

 

ତେବେ କେଉଁ ପରିସ୍ଥିତିରେ ଜଣେ ଟ୍ରକ ବ୍ୟବସାୟୀଙ୍କୁ ହତ୍ୟା କରାଯାଇଛି ତାହା ଜଣାପଡିନାହିଁ । ତେବେ ଖବର ପାଇ ଘଟଣାସ୍ଥଳରେ ସହଦେବଖୁଂଟା ଥାନା ପୁଲିସ ପହଂଚି ତଦନ୍ତ ଚଳାଇଛି । ଖବର ଜଣାପଡିବା ପରେ ସ୍ଥାନୀୟ ଅଚଂଳରେ ଅନେକ ଲୋକ ରୁଣ୍ଡ ହୋଇଥିଲେ ମଧ୍ୟ ଅପରାଧୀଙ୍କ ଟେର ପାଇନଥିଲେ । ପରିବାର ଲୋକମାନେ ମଧ୍ୟ ଏପରି ଘଟଣା କାହିଁକି ଘଟିଲା ଓ ଏଥିରେ କେଉଁମାନେ ସମ୍ପୃକ୍ତ ତାହା କହିପାରିନାହାନ୍ତି । ତେବେ ପୋଲିସ ଶବକୁ ଉଦ୍ଧାର କରି ମେଡିକାଲ ନେବା ସହ ଆଜି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକମାନଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି ।