ଉଦଘାଟନ ଅପେକ୍ଷାରେ ସୋର ବ୍ଲକର ବେତାର କେନ୍ଦ୍ର : ଖତ ଖାଉଛି ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ନିର୍ମାଣ ହୋଇଥିବା ବିଶାଳ ଅଟ୍ଟାଳିକା

91

କନକ ବ୍ୟୁରୋ : ରେଡ଼ିଓର ଚାହିଦା କମିଯାଇଥିଲେ ମଧ୍ୟ ସ୍ଥାନୀୟ ଅଂଚଳ ଓ ଗ୍ରାମାଂଚଳରେ ରେଡ଼ିଓରେ ପ୍ରସାରିତ କାର୍ଯକ୍ରମ ଶୁଣିବା ପାଇଁ ଅତି ଉତ୍ସାହରେ ଗ୍ରାମାଂଚଳର ଲୋକମାନେ ଅପେକ୍ଷା କରିଥାନ୍ତି । ଏଥିସହିତ ଏଫ.ଏମରେ ପ୍ରସାରିତ ହେଉଥିବା ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ସମସ୍ତଙ୍କୁ ଆକୃଷ୍ଟ କରିଥାଏ । ୧୩ ତାରିଖରେ “ବିଶ୍ୱ ରେଡ଼ିଓ ଦିବସ” ପାଳିତ ହେଉଥିବାବେଳେ ୧୭ବର୍ଷ ପୂର୍ବରୁ ନିର୍ମାଣ ସରିଥିବା ବାଲେଶ୍ୱର ଜିଲ୍ଲା ସୋର ବ୍ଲକରେ ବେତାର କେନ୍ଦ୍ର ଉଦଘାଟନ ଅପେକ୍ଷାରେ । ‘କେବେ ଶୁଭିବ ଆକାଶବାଣୀ ସୋର’ ଦିନେ ନୁହଁକି ବର୍ଷେ ନୁହଁ ଦୀର୍ଘ ୨୦ବର୍ଷଧରି ଅପେକ୍ଷାରେ ରହିଛନ୍ତି ସୋରବାସୀ । କେବେ ଶୁଣିବେ ‘ଆକାଶବାଣୀ ସୋର’ ।

ବାଲେଶ୍ୱର ଜିଲ୍ଲା ସୋର ୧୭,୧୮ ଓ ୧୯ ନଂ ୱାର୍ଡ଼ ମଧ୍ୟସ୍ଥଳ ଦୁଣ୍ଡିପଦା ଠାରେ ୧୭ବର୍ଷ ପୂର୍ବରୁ ନିର୍ମାଣ ସରିଥିବା ବେତାର କେନ୍ଦ୍ରର ଶୁଭ ଉଦଘାଟନ କେବେ ହେବ ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି । ‘କେବେ ଶୁଭିବ ଆକାଶବାଣୀ ସୋର’ ଏପରିକିି ଏହି କେନ୍ଦ୍ରରେ କର୍ମଚାରୀ ନିଯୁକ୍ତି ହେବା ସହିତ ସମସ୍ତ ଆନୁସଙ୍ଗିକ କାର୍ଯ୍ୟ ସାରି ଉଦଘାଟନ ପାଇଁ ୧୭ବର୍ଷରୁ ଅଧିକ ଅପେକ୍ଷା କରି ରହିଛନ୍ତି ସୋରବାସୀ । ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ନିର୍ମାଣ ହୋଇଥିବା ଏହି କେନ୍ଦ୍ରଟିର ଅଂଶବିଶେଷ ଖତରେ ପାଲଟିବାକୁ ଲାଗିଲାଣି । ସରକାରଙ୍କ ଦ୍ୱାରା ନିର୍ମାଣ ହୋଇଥିବା ବିଶାଳ ଅଟାଳିକା ଓ କର୍ମଚାରୀ ଗୃହ ନଷ୍ଟ ହୋଇଗଲାଣି ଓ ବିଭିନ୍ନସ୍ଥାନରେ ଫାଟ ପଡ଼ିଥିବାରୁ ବିଷାକ୍ତ ଜୀବଜନ୍ତୁ ମାନଙ୍କର ବାସସ୍ଥଳୀ ପାଲଟିଗଲାଣି । ଅନ୍ୟ ପଟେ ରେଡିଓର ଚାହିଦା କମିଯାଇଥିବାରୁ ରେଡିଓ ମେକାନିକମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରେଡିଓ ତିଆରି କରି ପରିବାର ପୋଷୁଥିବା ମେକାନିକମାନେ ଏବେ ହାତ ଟେକି ବସିଛନ୍ତି । ଅନୁରୋଧ କରିଛନ୍ତି ଯଥାଶିଘ୍ର ସୋରବେତାର କେନ୍ଦ୍ରଟି ଚାଲିଲେ ସେମାନେ କିଛି ରୋଜଗାର କରିପାରିବେ ।

ସୋର ବୁଦ୍ଧିଜୀବି ମହଲରେ ଏହି ବେତାର କେନ୍ଦ୍ରକୁ କାର୍ଯ୍ୟକ୍ଷମ କରିବା ପାଇଁ ଦାବି କରୁଥିଲେ ମଧ୍ୟ ଏହା ଉଦଘାଟନ ଅପେକ୍ଷାରେ ରହିଛି । ନିର୍ମାଣାଧିନ କର୍ମଚାରୀଗୃହ ଭୂତକୋଠିରେ ପରିଣତ ହୋଇଯାଇଛି । ବେତାର କେନ୍ଦ୍ରକୁ ସିକ୍ୟୁରିଟି ଜଗିରହିଥିଲାବେଳେ ମାତ୍ର ହାତଗଣତି ଅଣ ଓଡ଼ିଆ କର୍ମଚାରୀ କେବଳ ଯନ୍ତ୍ରାଂଶକୁ ଜଗିବା ସାର ହୋଇଛି । ଏହି କେନ୍ଦ୍ରର କର୍ମଚାରୀଙ୍କ କହିବା ଅନୁଯାୟୀ, ସରକାରଙ୍କ ଉଦାସୀନ ମନୋଭାବ ଯୋଗୁଁ ଏହିଠାରେ କିଛି ଧ୍ୟାନ ଦେଉନାହାଁନ୍ତି । ଏହି କେନ୍ଦ୍ରଟି ମୁମ୍ବାଇରୁ ଦିନ ୧୦ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ହିନ୍ଦୀରଏଫ୍.ଏମ ରିଲେ ହେଉଥିବାବେଳେ ସନ୍ଧ୍ୟା ୫ରୁ ରାତି ୧୧.୩୦ ପର୍ଯ୍ୟନ୍ତ କଟକରୁ ଓଡ଼ିଆ କାର୍ଯ୍ୟକ୍ରମ ପ୍ରସାରିତ ହେଉଥିବା ଏହି କେନ୍ଦ୍ରକୁ ୨୪ଘଂଟିିଆ ସୋର ଏଫ୍.ଏମ୍ କେନ୍ଦ୍ର କରିବା ପାଇଁ ଦାବି ହୋଇଆସୁଛି ।

ସ୍ୱତନ୍ତ୍ର ସୋର ଏଫ୍.ଏମ ସୋର ହେଲେ ସ୍ଥାନୀୟ କଳାକାର ଉପକୃତ ହୁଅନ୍ତେ । ଅନ୍ୟପଟେ ସୋର ନାଗରିକମଂଚର ସଭ୍ୟ ଶେଖର କୁମାର ବାନାର୍ଜୀ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଏକ ପତ୍ର ମାଧ୍ୟମରେ ଏହି ରେଡ଼ିଓ ଷ୍ଟେସନ •ଲୁ କରିବା ପାଇଁ ନିବେଦନ କରାଯାଇଥିବାବେଳେ ପ୍ରଧାନମନ୍ତ୍ରୀଙ୍କ ଉପରେଏହା କେନ୍ଦ୍ର ସୂଚନା ମନ୍ତ୍ରାଳୟ ଦ୍ୱାରାସମାଧାନ ହୋଇପାରିବ ବୋଲି ଜଣାଯାଇଛି । ସେଠାକୁ ଯାଇ ଅନୁରୋଧ କରିବା ପରେ ୧୫ମାସ ଭିତରେ ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ୧୫ମାସ ଅତିକ୍ରାନ୍ତ ହୋଇଯାଇଛି ହେଲେ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ନହେବା ଦୁଃଖର ବିଷୟ ।

୧୯୯୬ ମସିହାରେ ତତକାଳୀନ କେନ୍ଦ୍ରସୂଚନା ଓ ପ୍ରସାରଣମନ୍ତ୍ରୀ କାମାକ୍ଷା ପ୍ରସାଦ ସିଂ ଦେଓ ଭିତିିପ୍ରସ୍ତର କରିବାପରେ ଲୋକମାନଙ୍କ ପାଇଁ ଖୁବ ଶୀଘ୍ର କାର୍ଯ୍ୟ କରିବ ବୋଲି ପ୍ରକାଶ କରିଥିଲେ । ନିର୍ମାଣ ସରିବାର ୨୦ବର୍ଷ ବିତିଲାକେନ୍ଦ୍ର ନା ରାଜ୍ୟସରକାରଙ୍କ ଦୃଷ୍ଟି ଅଢୁଆଳରେ ଏହି ବେତାର କେନ୍ଦ୍ର ରହିଗଲା । ଏହି ଅଂଚଳରେ ସାଧାରଣ ଲୋକ ସହିତ କଳାକାରମାନେ ଅପେକ୍ଷାରେ ବସିରହିଛନ୍ତି କେବେ ଆରମ୍ଭ ହେବ ।ଏହିବେତାର କେନ୍ଦ୍ର । ବେତାରକେନ୍ଦ୍ରଟି ଆରମ୍ଭ ହେଲେ ସ୍ଥାନୀୟ ଅଂଚଳର ବିକାଶ ହେବା ସହିତ ସ୍ଥାନୀୟ କଳାକାରମାନେ ସୁଯୋଗ ପାଇବେ ବୋଲି ଆଶାବାଦୀ ହୋଇରହିଛନ୍ତି ସୋରବାସୀ । ଅନ୍ୟପଟେ ସୋର ବିଧାୟକଙ୍କୁ ପଚାରିବାରୁ କେନ୍ଦ୍ର ସରକାର ବହୁ ଆଡମ୍ବରରେ ଏହି କାର୍ଯ୍ୟଳୟ କରିଥିଲେ ମଧ୍ୟ ତାହା ସଂପୂର୍ଣ୍ଣ ନକରିବା ଦୁଃଖର ବିଷୟ । ମୁଁ କେନ୍ଦ୍ର ସରକାରକୁ ଅନୁରୋଧ କରୁଛି ଯଥାଶିଘ୍ର ଏହା ଚାଲୁ କରିବା ଆବଶ୍ୟକ ଅଛି ବୋଲି କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଏହି ବେତାର କେନ୍ଦ୍ର ଉଦଘାଟନ କରି କାର୍ଯ୍ୟକ୍ଷମ କରିବା ପାଇଁ ସୋର ଅଂଚଳର ବିଭିନ୍ନ ମହଲରୁ ଦାବିହେଉଛି । ଏହାସହିତ ସୋର ବାସୀଙ୍କ ଏକ ଦୀର୍ଘଦିନର ସ୍ୱପ୍ନ ସାକାର ହେବାପାଇଁ ଆଉକେତେ ଦିନ ଅପେକ୍ଷାକରିବାକୁ ପଡିବ ଦେଖିବାକୁ ବାକି ରହିଲା ।