ସୋର ପଠାଣ ମହଲାରେ ବଳବତର ରହିବ ୧୪୪ ଧାରା : ଶାନ୍ତି କମିଟି ବୈଠକରେ ନିଷ୍ପତି

39

ବାଲେଶ୍ୱର : ବାଲେଶ୍ୱରର ସୋରରେ ଗଣେଶ ଭସାଣିକୁ ନେଇ ଗୋଷ୍ଠି ସଂଘର୍ଷ ଘଟଣାରେ ଶାନ୍ତିି କମିଟି ବୈଠକର ନିଷ୍ପତି । ପଠାଣ ମହଲାରେ ବଳବତର ରହିବ ୧୪୪ ଧାରା । ଘଟଣାସ୍ଥଳରେ ସ୍ଥିତି ସମୀକ୍ଷା କରାଯାଉଛି । ସ୍ଥିତି ସମୀକ୍ଷା କରିବା ପରେ ୧୪୪ ପ୍ରତ୍ୟାହାର ହେବ କି ନାହିଁ ନିଷ୍ପତି ନିଆଯିବ ବୋଲି କହିଛନ୍ତି ଏଡିଜି ସତ୍ୟଜିତ୍ ମହାନ୍ତି ।

ଅଶାନ୍ତ ସୋରକୁ ନେଇ ସୋର ଥାନାରେ ଶାନ୍ତି କମିଟି ବୈଠକ ବସିଥିଲା । ଏହି ବୈଠକରେ କଲେକ୍ଟର, ଏସପି, ଏଡିଜି ଉପସ୍ଥିତ ରହି ଘଟଣାର ସମାଧାନ ପାଇଁ ଆଲୋଚନା କରିଛନ୍ତି । ଗଣେଶ ଭସାଣି ବେଳେ ହୋଇଥିବା ଗୋଷ୍ଠୀ ସଂଘର୍ଷ ମାମାଲାରେ ୨ ଜଣଙ୍କୁ ଗିରଫ କରିଛି ପୁଲିସ । ଏବେ ବି ସହରରେ ୧୪୪ ଧାରା ବଳବତର ରହିଛି।

ଏହା ସହ ଦେଖନ୍ତୁ ଏହି ଭିଡିଓ –