ରାସ୍ତା ମଝିରେ ମହାଭାରତ ! କ୍ୟାମେରାରେ କଏଦ ହେଲା ମହିଳାଙ୍କ ହାଇଭୋଲଟେଜ ଫାଇଟ ସିନ୍ 

307

କନକ ବ୍ୟୁରୋ : ରାସ୍ତା ମଝିରେ ମହାଭାରତ । କ୍ୟାମେରାରେ କଏଦ ହେଲା ବାଲେଶ୍ୱରରେ ଦୁଇ ମହିଳାଙ୍କ ମଧ୍ୟରେ ମାରପିଟର ଦୃଶ୍ୟ । ରୋଗୀଙ୍କୁ ନିଜ ନିଜର ଲ୍ୟାବକୁ ନେବାକୁ କଥା ନେଇ ଦୁଇ ପାଥୋଲାବ ମହିଳା କର୍ମଚାରୀଙ୍କ ମଧ୍ୟରେ ତୁମୁଳକାଣ୍ଡ ହୋଇଛି । ଘଟଣାଟି ଘଟିଛି ବାଲେଶ୍ୱରରେ । ମେଡିକାଲ କଲେଜର ରୋଗୀ କଲ୍ୟାଣ ସମିତିିରେ ଦୋକାନ ଭଡାରେ ନେଇ ପାଥୋଲାବ କରିଥିଲେ ଏହି ଦୁଇ ମହିଳା କର୍ମଚାରୀ ।

ତେବେ ରୋଗୀଙ୍କୁ ନିଜ ଆଡକୁ ନେବାକୁ ନେଇ ଏହି ଦୁଇ ମହିଳା ଖାଲି ହାତାହାତି ନୁହଁ, ଠେଙ୍ଗା ଓ ଗୋଇଠା ମାଡ ବି କରିଥିଲେ  । ଉକ୍ତ ସ୍ଥାନରେ ଥିବା ଅନ୍ୟ ଲୋକମାନେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ବି କେହି କିଛି ଶୁଣିବାକୁ ପ୍ରସ୍ତୁତ ନ ଥିଲେ । ଫଳରେ ରାସ୍ତା ଉପରେ ଦେଖିବାକୁ ମିଳିଥିଲା ଦୁଇ ମହିଳାଙ୍କ ହାଇଭୋଲଟେଜ ଫାଇଟ ସିନ୍ ।