ବାଲେଶ୍ୱରରେ ଡରାଉଛି ବନ୍ୟା : ବିପଦ ସଂକେତ ଉପରେ ସୁବର୍ଣ୍ଣରେଖା ଓ ଜଳକା

52

vlcsnap-2016-09-07-08h52m10s847ବାଲେଶ୍ୱର : ବାଲେଶ୍ୱରରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା ଓ ଜଳକା ନଦୀ । ସୁବର୍ଣ୍ଣରେଖା ରାଜଘାଟରେ ବିପଦ ସଂକେତ ୧୦.୩୬ ମିଟର ରହିଥିବା ବେଳେ ଏଠାରେ ୧୧ ଦଶମିକ ୪୨ ମିଟର ଉପରେ ବନ୍ୟାଜଳ ପ୍ରବାହିତ ହେଉଛି ।

ସେହିପରି ଜଳକା ନଦୀର ଜଳସ୍ତର ରହିଛି ୬.୩୨ ମିଟର । ଏଠାରେ ବିପଦ ସଂକେତ ରହିଛି ୫.୦୨ ମିଟର । ଜଳକା ନଦୀରେ ଜଳସ୍ତର ସାମନ୍ୟ କମିଥିଲେ ମଧ୍ୟ ଉପର ମୁଣ୍ଡରେ ଲଗାଣ ବର୍ଷା ଦାଉ ସାଧୁଛି । ପାଣି ଘେରରେ ରହିଛିି ବସ୍ତା ଅଂଚଳର ୪୦ ରୁ ଅଧିକ ଗାଁ  ଜଳବନ୍ଦୀ । ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣିର ସୁଅ ଛୁଟୁଛି । ଫଳରେ ବସ୍ତା-ବାଲିଆପାଳ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

vlcsnap-2016-09-07-08h53m53s267ସେହିଭଳି ବାଲିଆପାଳ ଅବସ୍ଥା ବି ସଂଗୀନ । ଦୁଇ ଦିନର ଲଗାଣ ବର୍ଷା ଲୋକଙ୍କ ନିଜ ହଜାଇ ଦେଇଛି । ବନ୍ୟାଜଳରେ ବୁଡି ରହିଛି ୭ ପଂଚାୟତର ୨୭ଟି ଗାଁ । ଅନେକ ସ୍ଥାନରେ ଘାଇ ସୃଷ୍ଟି ହୋଇଛି । ଧୋଇ ଯାଇଛି ପଥର ପ୍ୟାକିଂ ।  ବ୍ରିଜ, ରାସ୍ତା ସବୁଠି ବନ୍ୟାଜଳର ସୁଅ ଛୁଟୁଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –