ହଜାରେ କିଲୋର ବିସ୍ଫୋରକ ଜବତ ଘଟଣାର ମାଷ୍ଟରମାଇଣ୍ଡ ଗିରଫ ! ବାଲେଶ୍ୱରରୁ ରୁପସାରୁ ଗିରଫ କରିଛି ପୋଲିସ

ବିସ୍ଫୋରକ ଜବତ ହେବା ଘଟଣାରେ ପୋଲିସ ମାଷ୍ଟର ମାଂଇଡକୁ ଗିରଫ କରିଛି

179

କନକ ବ୍ୟୁରୋ : କୋଲକତାରୁ ସନ୍ଦେହ ଜନକ ଭାବେ ହଜାରେ କିଲୋ ବିସ୍ଫୋରକ ଜବତ ହେବା ଘଟଣାରେ ପୋଲିସ ମାଷ୍ଟର ମାଂଇଡକୁ ଗିରଫ କରିଛି । ବାଲେଶ୍ୱର ରୁପସାରୁ ପୋଲିସ ତାକୁ ଗିରଫ କରିଥିବା ସୂଚନା ମିଳିଛି । ଓଡିଶା ନମ୍ବର ଥିବା ମାଟାଡୋର ଗାଡିରୁ ଏହି ବିସ୍ଫୋରକ ମିଳିଥିଲା । ସୂଚନା ଅନୁସାରେ ଏହି ବିସ୍ଫୋରକ ଓଡିଶାରୁ ପଶ୍ଚିମବଙ୍ଗର ଉତର ଚବିଶ ପ୍ରଗଣା ଯାଉଥିଲା ।

ଗାଡିରେ ଥିବା ଉଭୟ ଡ୍ରାଇଭର ଓ ଖଲାସୀଙ୍କୁ କୋଲକତା ପୁଲିସ ଗିରଫ କରିସାରିଛି । ଡ୍ରାଇଭର ଇନ୍ଦ୍ରଜିତ ଭୋଇ ଓ ଖଲାସୀ ପଦ୍ମଲୋଚନ ଦେ ବୋଲି ଜଣାପଡିଛି । ଉଭୟଙ୍କ ଘର ବସ୍ତା ବାଲେଶ୍ୱରରେ । ତେବେ ଏତେ ପରିମାଣର ବିସ୍ଫୋରକ କେଉଁଠୁ ଆସିଲା, କିଏ ଓ କେଉଁଠାକୁ ପଠାଉଥିଲା ତାକୁ ନେଇ ଖୋଳତାଡ ଆରମ୍ଭ ହୋଇଛି । ବିଶେଷ କରି ଓଡିଶା ନମ୍ବର ଗାଡିରେ ବିସ୍ଫୋରକ ଯାଉଥିବା ବେଳେ ଉଭୟ ଡ୍ରାଇଭର ଓ ଖଲାସୀ ମଧ୍ୟ ଓଡିଶାର ।

Comments are closed.