ବିପଦ ସଙ୍କୁଳ ଅବସ୍ଥାରେ ବାଲେଶ୍ୱର ଫ୍ଲାଏ ଓଭରବ୍ରିଜ୍ ! ରକ୍ଷଣାବେକ୍ଷଣରେ ଅବହେଳା, ଭୁଷୁଡ଼ି ପଡ଼ିବ କି ଓଡ଼ିଶାର ଏହି ପ୍ରଥମ ଉଡ଼ନ୍ତା ପୋଲ ?

800

କନକ ବ୍ୟୁରୋ : ବିପଦରେ ଓଡିଶାର ପ୍ରଥମ ଉଡନ୍ତା ପୋଲ । ବାଲେଶ୍ୱରରେ ତିଆରି ହୋଇଥିବା ଓଡ଼ିଶାର ପ୍ରଥମ ଉଡ଼ନ୍ତା ପୋଲ ଭୁଷୁଡ଼ି ପଡିବ କି । ଏବେ ଏମିତି କିଛି ପ୍ରଶ୍ନ ବାଲେଶ୍ୱରବାସୀଙ୍କ ମନରେ ଉଙ୍କି ମାରୁଛି । ପୋଲ ତଳେ ଗଢି ଉଠିଥିବା ଦୋକାନ, ହୋଟେଲ ଓ ଜଳଖିଆ ଦୋକାନ ପୋଲ ପ୍ରତି ବିପଦ ସୃଷ୍ଟି କରୁଥିବା କହିଛନ୍ତି ବାଲେଶ୍ୱରବାସୀ ।

ଭୁଷୁଡ଼ି ପଡ଼ିବ କି ଓଡ଼ିଶାର ପ୍ରଥମ ଉଡ଼ନ୍ତା ପୋଲ ? ରକ୍ଷଣାବେକ୍ଷଣରେ ଅବହେଳା ଅଭିଯୋଗ । ୧୯୮୫ ମସିହାରେ ବାଲେଶ୍ୱରରେ କାର୍ଯ୍ୟକ୍ଷମ ହୋଇଥିଲା ଓଡ଼ିଶାର ପ୍ରଥମ ଉଡ଼ନ୍ତା ପୋଲ । ବାଲେଶ୍ୱର ଓ ମୟୁରଭଞ୍ଜକୁ ସଂଯୋଗ କରୁଥିବା ଏହି ପୋଲ ସହ କଟକ ଓ.ଏମ.ପି. ଫ୍ଲାଏ ଓଭର ମଧ୍ୟ ନିର୍ମାଣ ହୋଇଥିଲା । ଉଡ଼ନ୍ତା ପୋଲ ତଳେ ଦୋକାନ ଘର ଏବଂ ଦହନଶୀଳ ସାମଗ୍ରୀ ରହିବା ବେଆଇନ । ମାତ୍ର ବାଲେଶ୍ୱରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ।

ପୋଲ ତଳେ ୧୫୦ଟି ଦୋକାନ କରି ମାସକୁ ଦୋକାନ ପ୍ରତି ୩୦୦ରୁ ୬୫୦ଟଙ୍କା ଭଡ଼ା ଆଦାୟ କରୁଛି ବାଲେଶ୍ୱର ରିଜିଓନାଲ ଇମପ୍ରୁଭମେଣ୍ଟ ଟ୍ରଷ୍ଟ । ଏହି ଦୋକାନ ଗୁଡିକ ମଧ୍ୟରୁ ୮ଟି ହୋଟେଲ ଓ ଜଳଖିଆ ଦୋକାନ ରହିଛିି । ଯେଉଁଠି ଅହରହ ଗ୍ୟାସ ଜଳୁଛି ଓ ୪ ରୁ ୫ଟି ସିଲିଣ୍ଡର ଷ୍ଟକ ରହୁଛି । ଦୋକାନର ସରୁକ୍ଷା ପାଇଁ ପୋଲ ଉପରୁ ନିଷ୍କାସିତ ବର୍ଷା ପାଣିକୁ ଅଟକା ଯାଉଥିବାରୁ ପୋଲ ଉପରେ ପାଣି ଜମି ରହିଥାଏ । ତେଣୁ ପୋଲ ପ୍ରତି ବିପଦ ଥିବା ବାଲେଶ୍ୱରବାସୀ ଆଶଙ୍କା କରୁଛନ୍ତି ।

ଗୋଟିଏ ପଟେ ବ୍ରିଟ ଜଳଖିଆ ଦୋକାନ ଭଡ଼ା ଦିଆଯାଇ ନଥିବା କହୁଥିବା ବେଳେ ଦୋକାନୀ କହୁଛନ୍ତି ୩୦୦ଟଙ୍କା ଭଡା ଦେଇ ୨୦ବର୍ଷ ହେବ ବେପାର କରୁଛନ୍ତି । ସେପଟେ ପୂର୍ତ ବିଭାଗ ବାଲେଶ୍ୱର ଉଡନ୍ତା ପୋଲର ରକ୍ଷଣାବେକ୍ଷଣ ବାବଦରେ ଅର୍ଥ ଖର୍ଚ୍ଚ କରୁଥିବା ନେଇ ବାହାସ୍ପଟ ମାରୁଥିବା ବେଳେ ଏଠାରେ ବାସ୍ତବ ଚିତ୍ର କିନ୍ତୁ ସଂପୂର୍ଣ୍ଣ ଭିନ୍ନ । ବାଲେଶ୍ୱରରେ ସାଂସଦ ୪ଟି ଉଡ଼ନ୍ତାପୋଲ କରିଥିବା ନେଇ ହୋଡିଂ ଲଗାଇଥିବା ବେଳେ ଏହି ପୂରାତନ ପୋଲ ପ୍ରତି କାହାରି ନଜର ନାହିଁ । ଯଦି ଏହି ପୋଲ ଭୁଷୁଡ଼େ, ତେବେ ଏକ ପ୍ରକାର ବାଲେଶ୍ୱର ପଙ୍ଗୁ ହୋଇଯିବ, ଏଥିରେ ସଂନ୍ଦେହ ନାହିଁ ।