ପ୍ରତିଭାର ବାଟ ଓଗାଳୁଛି ଅର୍ଥାଭାବ: କଥା ପଦେ କହି ପାରୁନଥିବା ଝିଅ ମୁହୂର୍ତ୍ତକ ଭିତରେ ଆଙ୍କି ଦେଉଛି ଯେକୌଣସି ବ୍ୟକ୍ତିର ଅବିକଳ ଚେହେରା

ମନରେ ଅନେକ ସ୍ୱପ୍ନ ହେଲେ ବାସ୍ତବ ରୂପ ଦେବା ପାଇଁ ଅର୍ଥ ସାଜିଛି ବାଧକ

142

କନକ ବ୍ୟୁରୋ: କଥା ପଦେ କହିବାକୁ ସମ୍ପୂର୍ଣ୍ଣ ଅସମର୍ଥ ଥିବା ସ୍ମୃତିରେଖା ଆଙ୍କିପାରନ୍ତି ଯେକୌଣସି ବ୍ୟକ୍ତିର ଅବିକଳ ଚେହେରା, ତାହା ପୁଣି ଅଳ୍ପ ସମୟରେ । ମନରେ ଅନେକ ସ୍ୱପ୍ନ ହେଲେ ବାସ୍ତବ ରୂପ ଦେବା ପାଇଁ ଅର୍ଥ ସାଜିଛି ବାଧକ । ଏପରି ସରକାର ଭିନ୍ନକ୍ଷମଙ୍କ ପାଇଁ କରିଥିବା ସମସ୍ତ ଯୋଜନାରୁ ସେ ବଂଚିତ । ପଢନ୍ତୁ ସ୍ମୃତିରେଖାଙ୍କ ଜୀବନର କାନଭାସ୍ ।

ଈଶ୍ୱର ମନ୍ୟୁଷର ଗୋଟିଏ ଅଙ୍ଗର ଅଭାବ ରଖିଲେ ମଧ୍ୟ ତାଙ୍କ ପାଖରେ ଅସାମନ୍ୟ କ୍ଷମତା ଦେଇଥାନ୍ତି, ଠିକ୍ ସେହିପରି ବାଲେଶ୍ୱରର ସ୍କୃତିରେଖାଙ୍କ କ୍ଷେତ୍ରରେ ମଧ୍ୟ ଦେଖିବାକୁ ମିଳିଛି । ବଲେଶ୍ୱର ଜଳେଶ୍ୱରର ବ୍ରଜକାନ୍ତ ଦାସଙ୍କ ସାନ ଝିଅ ସ୍ମୃତିରେଖା । ଜନ୍ମରୁ କଥା କହିପାରନ୍ତିନି ସ୍ମ୍ମୃତିରେଖା, ହେଲେ ଚିତ୍ରକଳା ପ୍ରତି ରଖିଛନ୍ତି ପ୍ରବଳ ଆଗ୍ରହ । ଖୁବ୍ କମ୍ ସମୟରେ ଯେକୌଣସି ବ୍ୟକ୍ତିର ଚିତ୍ର ଆଙ୍କି ଦେଇ ପାରନ୍ତି । ସ୍ମୃତିରେଖା ଦ୍ୱିତୀୟ ଶ୍ରେଣୀରେ ମ୍ୟାଟ୍ରିକ୍ ପାସ୍ କରିବା ପରେ ୫୪% ମାର୍କ ରଖି ଯୁକ୍ତ ଦୁଇ ପାସ୍ କରିଛନ୍ତି । ପରେ ଭିଜୁଆଲ ଆର୍ଟସରେ ପ୍ରଥମ ଶ୍ରେଣୀରେ ଉର୍ତିର୍ଣ୍ଣ ହୋଇଛନ୍ତି । ଆଗକୁ ଭିଜୁଆଲ ଆର୍ଟସରେ ପିଜି କରିବା ପାଇଁ ଇଚ୍ଛା ରଖିଛନ୍ତି, ହେଲେ ଅର୍ଥ ବାଧକ ସାଜିଛି ।

ଶତ ପ୍ରତିଶତ ଭିନ୍ନକ୍ଷମ ପ୍ରମାଣ ପତ୍ର ଥାଇ ବି ଭିନ୍ନକ୍ଷମଙ୍କ ପାଇଁ ଥିବା ସମସ୍ତ ଯୋଜନାରୁ ବାଦ୍ ପଡିଛନ୍ତି ସ୍କୃତିରେଖା । ସରକାରୀ ଭତାରେ ଆଶା ନ ରଖି ସେ ନିଜ ଗୋଡରେ ଛିଡା ହେବାର ସ୍ୱପ୍ନ ରଖିଛନ୍ତି । ଏଥିପାଇଁ ସ୍ମୃତିରେଖା ଜଳେଶ୍ୱରର ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ତାଙ୍କ ସମସ୍ୟା ଜଣାଇଛନ୍ତି । କେବଳ ସେତିକି ନୁହେଁ, ଅତିରିକ୍ତ ଜିଲ୍ଲାପାଳଙ୍କ ଫଟୋ ଆଙ୍କି ତାଙ୍କୁ ଉପହାରରେ ଦେଇଥିଲେ । ସ୍କୃତିରେଖାଙ୍କ ସର୍ମ୍ପକରେ ଜାଣିବା ପରେ ସର୍ବଶିକ୍ଷା ଅଭିଯାନରେ କଂଟାକଚ୍ୟୁଆଲ ଶିକ୍ଷକ ଭାବେ ଚାକିରି ଦେବାକୁ ଅତିରିକ୍ତ ଜିଲ୍ଲାପାଳ କଥା ଦେଇଛନ୍ତି ।