ବାଲେଶ୍ୱର : ସୋରରେ ହତାଶ ପ୍ରେମିକର ଉନ୍ମତ କାଣ୍ଡ, ପ୍ରେମ ନିବଦେନରେ ବିଫଳ ପରେ ଯୁବତୀଙ୍କୁ ଅପହରଣ କରି ଭୁଜାଲିରେ ଆକ୍ରମଣ

35

କନକ ବ୍ୟୁରୋ : ଏକତରଫା ପ୍ରେମରୁ ହତ୍ୟା ଉଦ୍ୟମ । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ତେନ୍ତେଇ ଗାଁରେ । ବାରମ୍ବାର ପ୍ରେମ ନିବେଦନ କରି ବିଫଳ ହେବାରୁ ଏଭଳି କାଣ୍ଡ ଘଟାଇଛି ଅଭିଯୁକ୍ତ ଯୁବକ । ଗତକାଲି ବିଳମ୍ବିତ ରାତିରେ ଯୁବତୀଙ୍କୁ ମୁହଁରେ କପଡା ଦେଇ ଘରୁ ଅପହରଣ କରି ନିକଟସ୍ଥ ବିଲକୁ ନେଇ ଯାଇଥିଲା ଯୁବକ ଜଣକ ।

ଭୁଜାଲିରେ ଆକ୍ରମଣ କରିବାରୁ ଯୁବତୀଙ୍କ ବେକ ଓ ହାତ କଟି ଯାଇଛି । ଘଟଣାସ୍ଥଳରେ ଯୁବତୀଙ୍କ ପରିବାର ଲୋକେ ପହଂଚି ଉଦ୍ଧାର କରି ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ଗତ ଶୁକ୍ରବାର ଦିନ ଯୁବତୀଙ୍କୁ ବଳପୂର୍ବକ ସାକ୍ଷାତ କରିବାକୁ ଚେଷ୍ଟା କରିବାରୁ ଯୁବକଙ୍କୁ ମାଡ ମାରିଥିଲେ ଯୁବତୀଙ୍କ ପରିବାର ଲୋକେ । ପ୍ରତିଶୋଧ ନେବାକୁ ଯାଇ ଅଭିଯୁକ୍ତ ଯୁବକ ଜଣକ ଯୁବତୀଙ୍କୁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି ।