ବାଲେଶ୍ୱର : ସୋର ଦହିସଡା ନିକଟରେ ଟ୍ରକ-ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା, ୩ମୃତ, ୩ ଗୁରୁତର

20

କନକ ବ୍ୟୁରୋ : ଅଶୁଭ ସକାଳ । ବାଲେଶ୍ୱର ଜିଲ୍ଲା ସୋର ନିକଟ ଦହିସଡା ଗାଁ ନିକଟରେ ଆଜି ସକାଳେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଗୋଟେ ଟ୍ରକ ସହ ଆମ୍ବୁଲାନସ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ୩ ଜଣ ଗୁରୁତର ଆହତ ହୋଇଛନ୍ତି । କୋଲକାତାରୁ କଟକକୁ ଆସୁଥିବା ଆମ୍ବୁଲାନ୍ସଟି ଦହିସଡା ନିକଟରେ ଦୁର୍ଘଟଣାର ହୋଇଥିଲା । ଆମ୍ବୁଲାନ୍ସ ଡ୍ରାଇଭର ଭାରସାମ୍ୟ ହରାଇ ଟ୍ରକକୁ ଧକ୍କା ଦେଇଥିବା ଜଣାପଡିଛି ।