ବାଲେଶ୍ୱର ମେଡିକାଲ କଲେଜରେ ରୋଗୀ ସେବାରେ ଅବହେଳା : ଠିକ୍ ସମୟରେ ଡାକ୍ତର ଆସୁନଥିବାରୁ ଘଂଟାଘଂଟା ଧରି ଅପେକ୍ଷା କରୁଛନ୍ତି ରୋଗୀ

32

କନକ ବ୍ୟୁରୋ : ବାଲେଶ୍ୱର ଡାକ୍ତରଖାନା ମେଡ଼ିକାଲ କଲେଜର ମାନ୍ୟତା ପାଇଥିଲେ ମଧ୍ୟ ରୋଗୀଙ୍କ ଦୁର୍ଦ୍ଦଶା କମୁନି । ପୂର୍ବରୁ ଡ଼ାକ୍ତରଙ୍କ ଅଭାବ ଯୋଗୁଁ ରୋଗୀ ହନ୍ତସନ୍ତ ହେଉଥିଲେ । ହେଲେ ମେଡିକାଲ କଲେଜ ମାନ୍ୟତା ପାଇବା ପରେ ଡାକ୍ତରଖାନାରେ ଡାକ୍ତରଙ୍କ ସଂଖ୍ୟା ବଢିଛି କିନ୍ତୁ ଗୋରୀଙ୍କ ଦୁର୍ଦ୍ଦଶା କମିନାହିଁ । ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁଁ ଘଂଟା ଘଂଟା ଧରି ଲାଇନରେ ଠିଆ ହୋଇ ରହୁଛନ୍ତି ରୋଗୀ ।

 ଭିତରେ ଡାକ୍ତରଙ୍କ ଚୌକି ଖାଲି ପଡିଥିବା ବେଳେ ଘଂଟା ଘଂଟା ଧରି ଚିକିତ୍ସା ପାଇଁ ଅପେକ୍ଷା କରି ରହୁଛନ୍ତି ରୋଗୀ । ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମେଡ଼ିକାଲର ମାନ୍ୟତା ପାଇବା ପରେ ଅଧିକ ସଂଖ୍ୟାରେ ଡ଼ାକ୍ତର ଓ ବିଶେଷଜ୍ଞ ନିଯୁକ୍ତ ପାଇଛନ୍ତି । ଫଳରେ ଭଲ ଚିକିତ୍ସା ଆଶାରେ ରୋଗୀ କଟକ ନଯାଇ ଏଠାକୁ ଧାଇଁ ଆସୁଛନ୍ତି । ହେଲେ ଏଠି, ଡ଼ାକ୍ତର ନିର୍ଦ୍ଧାରିତ ସମୟ ଆଗରୁ ଚାଲିଯିବା ଏବଂ ଠିକ୍ ସମୟରେ ନଆସିବାରୁ ରୋଗୀ ହତାଶ୍ ହୋଇ ଫେରୁଥିବା ଅଭିଯୋଗ ହେଉଛି । ସେପଟେ ଏନେଇ ଡ୍ୟୁଟିରେ ଥିବା ଡାକ୍ତରଙ୍କ ପ୍ରତିକ୍ରିୟା ନେବାକୁ ଚାହିଁଲେ ସେ କିଭଳି ବ୍ୟବହାର କରୁଛନ୍ତି ଦେଖନ୍ତୁ । ବାଲେଶ୍ୱର ମେଡିକାଲରେ ଚିକିତ୍ସାରେ ଅବହେଳା କରାଯାଉଥିବା ଘଟଣାକୁ ସ୍ୱୀକାର କରିଛନ୍ତି ମେଡ଼ିକାଲ ସୁପରିଟେଣ୍ଡେଂଟ ।