ବାଲେଶ୍ୱରରେ ୪ଜଣଙ୍କୁ ବିଭତ୍ସ ହତ୍ୟା ଘଟଣା : ମୁଖ୍ୟ ଅଭିଯୁକ୍ତ ସହ ୭ଜଣଙ୍କୁ ଅଟକ ରଖିଛି ପୁଲିସ

25

କନକ ବ୍ୟୁରୋ : ବାଲେଶ୍ୱରରେ ୪ଜଣଙ୍କୁ ହତ୍ୟା ଘଟଣାର ପୁଲିସ ଛାନଭିନ୍ କରିଛି । ମୁଖ୍ୟ ଅଭିଯୁକ୍ତ ସହ ୭ଜଣଙ୍କୁ ପୁଲିସ ଅଟକ ରଖିଛି । ଏମାନଙ୍କୁ ପଚରା ଉଚରା ଜାରି ରହିଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା, ୨ଝିଅ ଓ ଜଣେ ପୁଅ ଥିଲେ । ଅନାବାଦୀ ଜାଗାରେ ନିର୍ମାଣ ହୋଇଥିବା ଘରକୁ କେନ୍ଦ୍ର କରି ହୋଇଥିବା ବିବାଦରୁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।