ବାଲେଶ୍ୱର ପାଗନଇରେ ୪ ଜଣଙ୍କୁ ହତ୍ୟା ଘଟଣା : ୫ ଅଭିଯୁକ୍ତଙ୍କୁ ଗିରଫ କଲା ସଦର ପୁଲିସ୍

37

କନକ ବ୍ୟୁରୋ : ବାଲେଶ୍ୱରରେ ୪ଜଣଙ୍କୁ ହତ୍ୟା ଘଟଣାରେ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ । ଏନେଇ ବାଲେଶ୍ୱର ଏସପି ପ୍ରେସମିଟ କରି ସୂଚନା ଦେଇଛନ୍ତି । ଘଟଣାରେ ୧୪ ଅଭିଯୁକ୍ତଙ୍କ ମଧ୍ୟରୁ ପୁଲିସ ୫ ଜଣଙ୍କୁ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ ଚନ୍ଦନ,ରମେଶ ସମେତ ଆଉ ୩ ଜଣ ଗିରଫ ହୋଇଛନ୍ତି । ଏମାନଙ୍କ ନିକଟରୁ ୭ଟି ମୋବାଇଲ ଓ ଗୋଟିଏ ବାଇକ ଜବତ ହୋଇଛି । ଜମିଜମା ବିବାଦରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ ସୂଚନା ଦେଇଛନ୍ତି ।

ବଡ଼କିଆ ସ୍ଥିତ ପାଗନଇରେ ଗୋଟିଏ ପରିବାରର ୪ଜଣଙ୍କୁ ଗଳାକାଟି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ମୃତକଙ୍କ ମଧ୍ୟରେ ଜଣେ ମହିଳା, ୨ଝିଅ ଓ ଜଣେ ପୁଅ ଥିଲେ । ଅନାବାଦୀ ଜାଗାରେ ନିର୍ମାଣ ହୋଇଥିବା ଘରକୁ କେନ୍ଦ୍ର କରି ହୋଇଥିବା ବିବାଦରୁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।