ସିବିଆଇ ଜେରା ମୋ ରାଜନୈତିକ ଜୀବନରେ କିଛି ପ୍ରଭାବ ପକାଇବ ନାହିଁ : ସାଂସଦ ରବୀନ୍ଦ୍ର ଜେନା

35

ବାଲେଶ୍ୱର ବ୍ୟୁରୋ, କନକ ନ୍ୟୁଜ: ସିବିଆଇ ଜେରା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନା । କହିଛନ୍ତି ସିବିଆଇ ଜେରା ନୂଆ କଥା ନୁହେଁ । ଏହା ମୋର ରାଜନୈତିକ ଜୀବନରେ କିଛି ପ୍ରଭାବ ପକାଇବ ନାହିଁ । ସିବିଆଇ ଯାହା ଜାଣିବାକୁ ଚାହୁଁଥିଲା ସେସବୁ ମୁଁ ଜଣାଇଛି । ଅନେକ ଜାତୀୟ ସ୍ତରର ନେତାଙ୍କୁ ବି ସିବିଆଇ ଜେରା କରିଛି । ତେଣୁ ଏଥିରେ ମୋର ଲୋକପ୍ରିୟତା ହ୍ରାସ ହେବନାହିଁ ବୋଲି କହିଛନ୍ତି ସାଂସଦ ରବୀନ୍ଦ୍ର ଜେନା ।

ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନାଙ୍କୁ ସିସୋର ଚିଟଫଣ୍ଡ ଲିଙ୍କ୍ ନେଇ ଜେରା କରିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକ । ସେ କହିଛନ୍ତି ଯେ ସିବିଆଇ କିଛି ଦିନ ଚୁପଚାପ୍ ରହିବା ପରେ ପୁଣି ଏବେ ସକ୍ରିୟ ହୋଇଥିବା ଜଣାପଡୁଛି । ତେଣୁ ବିଜେପି-ବିଜେଡି ଡ୍ରାମା ବୁଝିବା କଷ୍ଟ । ଅମିତ ଶାହ ଆସି ରାଜ୍ୟ ସରକାରଙ୍କୁ ଗାଳି ଦେଉଥିବା ବେଳେ ଅରୁଣ ଜେଟଲୀ ଓଡିଶା ଆସି ନବୀନଙ୍କୁ ପ୍ରଶଂସା କରୁଛନ୍ତି ।

ସେପଟେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ବି ନବୀନଙ୍କୁ ସଚ୍ଚୋଟ କହି ପ୍ରଶଂସା କରୁଛନ୍ତି । ସେହିପରି ବିମୁଦ୍ରାକରଣକୁ ସମର୍ଥନ କରିବା ପରେ ପୁଣି ଏବେ ବିଧାନସଭାରେ ବିରୋଧ କରୁଛି ବିଜେଡି । ତେଣୁ ଉଭୟ ଦଳ ବହୁରୂପୀ: ହୋଇଥିବା ବେଳେ ଏମାନଙ୍କୁ ଚିହ୍ନିବା ଭାରି କଷ୍ଟ ବୋଲି କହିଛନ୍ତି ନିରଂଜନ ।