ବାଲେଶ୍ୱର : ଅସହ୍ୟ ତାତି ଓ ଗୁଳୁଗୁଳିରେ ଚିକିତ୍ସାଳୟ ବାହାରେ ଥିବା ଗଛ ମୂଳେ ପଡି ରହିଛନ୍ତି ପ୍ରସୂତି ଓ ନବଜାତକ

49

କନକ ବ୍ୟୁରୋ : ଗଛ ମୂଳେ ନବଜାତ ଶିଶୁ ଓ ମା । ଅସହ୍ୟ ଖରା ଓ ଗୁଳିଗୁଳିରେ ଛଟପଟ ହେଉଛନ୍ତି ମା ଛୁଆ । ଏପରି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟର ଏସ.ଏନ.ସିୟୁ ନିକଟରେ । ଏଠାରେ ସେହି ମା ମାନେ ଜୀବନ ବିକଳରେ ପଡି ରହୁଛନ୍ତି ଯେଉଁମାନଙ୍କର ନବଜାତ ଶିଶୁକୁ ଏସ.ଏନ.ସି.ୟୁ.ରେ ଭର୍ତି କରାଯାଇଛି ।

୮ରୁ ୧୦ଦିନ ଧରି ଜଣେ ଜଣେ ଶିଶୁ ଏସ.ଏନ.ସି.ୟୁ.ରେ ରହୁଥିବା ବେଳେ ମା ମାନେ ବାହାରେ ଗଛ ମୂଳରେ ଦିନ କାଟୁଛନ୍ତି । ଦିନରେ ଅଧଘଂଟା ଓ ରାତିରେ ଅଧଘଂଟା କେବଳ ଶିଶୁକୁ ମା ମାନଙ୍କୁ ଦିଆଯାଉଛି ।ମେଡିକାଲରେ ପ୍ରସୂତିଙ୍କ ପାଇଁ ରହିଛି ମଦର୍ସ ହୋମ । ହେଲେ ଏହାର ଅବସ୍ଥା ଏତେ ଶୋଚନୀୟ ଯେ କହିଲେ ନସରେ ।

ହୋଟେଲ ତଥା ୫ଟଙ୍କିଆ ଖାଦ୍ୟ ଖାଇ ଏବଂ ୧୦ଟଙ୍କା ଦେଇ ଶୌଚାଳୟ ବ୍ୟବହାର କରି ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି ମା ମାନେ । ଖରା ଓ ବର୍ଷାରେ ନବଜାତ ଶିଶୁ ମା’ ମାନେ ଡ଼ାକ୍ତରଖାନା ସମ୍ମୁଖରେ ଗଛ ତଳେ ପଡିରହିଥିବା ବେଳେ ସ୍ୱାସ୍ଥ୍ୟ ବିଭାଗର କେମିତି ଅସୁସ୍ଥ ହୋଇପଡିଛି ତାର ନମୂନା ଦେଖିବାକୁ ଏଠାରୋ ଦେଖିବାକୁ ମିଳିଛି ।