ବାଲେଶ୍ୱର ଓ ମୟୁରଭଞ୍ଜରେ ପ୍ରଥମ ବନ୍ୟା : ଆଖୁଆପଦାରେ ବିପଦ ସଂକେତ ଉପରେ ବୈତରଣୀ

33

ବାଲେଶ୍ୱର : ବୈତରଣୀ ନଦୀରେ ଆସିଲା ଚଳତ ବର୍ଷର ପ୍ରଥମ ବନ୍ୟା। ଆଖୁଆପଦାଠାରେ ବିପଦ ସଂକେତ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ଏଠାରେ ବିପଦ ସଂକେତ ରହିଛି ୧୭.୮୩ ମିଟର। କିନ୍ତୁ ଏବେ ଏଠାରେ ୧୭.୮୪ ମିଟର ଉପରେ ଜଳ ପ୍ରବାହିତ ହେଉଛି । ଫଳରେ ତଳିଆ ଅଂଚଳରେ ପାଣି ପଶିଛି । ଭଣ୍ଡାରିପୋଖରୀ ଧାମନଗରର ୧୦ଟି ପଂଚାୟତ ଜଳମଗ୍ନ ହୋଇଛି । ସେହିପରି ସୁବର୍ଣ୍ଣରେଖା ନଦୀରେ ବିପଦ ସଂକେତ ଟପିଛି ଜଳସ୍ତର । ଏଠାରେ ବିପଦ ସଂକେତ ୧୦.୩୬ ମିଟର ଥିବାବେଳେ ୧୦.୪୦ ମିଟର ଉପରେ ବନ୍ୟା ପାଣି ପ୍ରବାହିତ ହେଉଛି । ସୁବର୍ଣ୍ଣରେଖା ନଦୀର ଉପରମୁଣ୍ଡରୁ ଝାଡ଼ଖଣ୍ଡ ବନ୍ୟାଜଳ ନିଷ୍କାସନ କରିବା ଦ୍ୱାରା ବାଲେଶ୍ୱର ଏବଂ ମୟୁରଭଂଜ ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖାଦେଇଛି ।