ବାଲେଶ୍ୱରରେ ୩ଟି ଗୁଟଖା କାରଖାନା ଉପରେ ଚଢାଉ : ୪୦ରୁ ଅଧିକ ବସ୍ତା ବେଆଇନ ଗୁଟଖା ଜବତ

46

ବାଲେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବାଲେଶ୍ୱରରେ ୩ଟି ଗୁଟଖା କାରଖାନା ଉପରେ ଚଢାଉ ହୋଇଛି । ସହଦେବଖୁଂଟା ପୁଲିସ୍ ଏହି ଗୋଦାମ ଉପରେ ଚଢାଉ କରି ଗୁଟଖା ଜବତ କରିଛି । ଓ.ଟି.ରୋଡ଼ ସ୍ଥିତ ମୁଭି ଏକ୍ସ ସିନେମା ହଲ ପାଖରେ ଥିବା ମାର୍କେଟ କଂପ୍ଲେକ୍ସ ଗୋଦାମଘରୁ ୫ ଲକ୍ଷରୁ ଉର୍ଦ୍ଧ ତଥା ୪୦ରୁ ଅଧିକ ବସ୍ତା ବେଆଇନ ଗୁଟଖା ଜବତ କରିଛି ପୁଲିସ । ସେହିପରି ଫାଣ୍ଡିଛକ ସ୍ଥିତ ମାର୍କେଟ କଂପ୍ଳେକ୍ସ ଓ ବସଷ୍ଟାଣ୍ଡରେ ଥିବା ଦୁଇଟି ସ୍ଥାନରେ ଚଢାÿଉ କରି ଗୋଦାମ ସିଲ୍ କରିଛି ପୁଲିସ୍ । ତଦନ୍ତ ପରେ ଗୋଦାମ ହସ୍ତାନ୍ତର କରାଯିବ ବୋଲି ପୁଲିସ୍  କହିଛି।