ପରଲୋକରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଦୁର୍ଗାଶଙ୍କର ଦାସ

34

ବାଲେଶ୍ୱର : ବାଲେଶ୍ୱର ଭୋଗରାଇ ଅଂଚଳର ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ବିଧାୟକ ଦୁର୍ଗାଶଙ୍କର ଦାସଙ୍କ ପରଲୋକ ହୋଇଛି । ୯୭ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଅଗଷ୍ଟ ୧୧ତାରିଖରୁ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ହୋଇ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟର ଆଇସିୟୁରେ ଭର୍ତି ହୋଇଥିଲେ । ଆଜି ସକାଳ ୮ଟା ସମୟରେ ତାଙ୍କର ପରଲୋକ ହୋଇଛି । ତାଙ୍କ ଶେଷ ଦର୍ଶନ ପାଇଁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପହିଂଚିଛନ୍ତି। ୧୯୨୦ମସିହାରେ ଜନ୍ମ ହୋଇଥିବା ଦୁର୍ଗାଶଙ୍କର ଦାସ, ଲୋକଙ୍କ ସେବାରେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ । ୧୯୪୨ରେ ସେ କଲେଜ ପାଠପଢା ଛାଡି ଭାରତଛାଡ ଆନ୍ଦୋଳନରେ ଯୋଗ ଦେଇଥିଲେ । ୧୯୫୭ରୁ ୧୯୬୧ ପର୍ଯ୍ୟନ୍ତ ଭୋଗରାଇ ନିର୍ବାଚନ ମଣ୍ଡଳୀର ଲୋକପ୍ରତିନିଧି ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।