ବାଲେଶ୍ୱର ଡଗରା ବେଳାଭୂମିରେ ଜମୁଛି ଭିଡ : ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ନାଲି କଙ୍କଡା ସାଙ୍ଗକୁ ବିସ୍ତୀର୍ଣ୍ଣ ଝାଉଁବଣ, ଆଲୋକ ବ୍ୟବସ୍ଥା ନଥିବାରୁ ବଢୁଛି ଅସନ୍ତୋଷ

257

କନକ ବ୍ୟୁରୋ : ବଣଭୋଜି ଋତୁରେ ବେଳାଭୂମୀରେ ଜମୁଛି ପର୍ଯ୍ୟଟକଙ୍କ ଭିଡ । ବାଲେଶ୍ୱର ଡଗରା ବେଳାଭୂମୀର ସୁନ୍ଦର ଦୃଶ୍ୟକୁ ଉପଭୋଗ କରୁଛନ୍ତି ପର୍ଯ୍ୟଟକ । ସମୁଦ୍ରରେ ଗାଧୋଇବା ସହ ବେଳାଭୂମୀର ଝାଉଁ ବଣରେ ବଣଭୋଜିରେ ମାତିଛନ୍ତି ପର୍ଯ୍ୟଟକ ।

ସବୁଠାରୁ ବେଶୀ ସୁନ୍ଦର ଡଗରା ବେଳଭୂମୀରେ ନାଲି କଂକଡା ବୁଲିବାର ଦୃଶ୍ୟ । ତେବେ ଏତେ ସୁନ୍ଦର ବେଳାଭୂମୀରେ ସମସ୍ୟା କିଛି କମ୍ ନାହିଁ । ବେଳାଭୂମୀରେ ଲାଇଟ୍ ବ୍ୟବସ୍ଥା ନଥିବାରୁ ରାତିରେ ସମୁଦ୍ରର ଦୃଶ୍ୟକୁ ଉପଭୋଗ କରି ପାରୁନାହାନ୍ତି ପର୍ଯ୍ୟଟକ ।

ବର୍ଷ ଶେଷରେ ପିକନିକ୍ ମଜା ସତରେ ବେଶ୍ ନିଆରା । ଆଉ ଯଦି ପିକନିକ୍ ସମୁଦ୍ର କୂଳରେ ହୁଏ ତ କଥା ସରିଲା । ଓଡିଶା ସୀମାନ୍ତ ବାଲେଶ୍ୱର ବାଲିଆପାଳ ବ୍ଲକର ଡଗରା ବେଳାଭୁମି, ଯାହାକୁ ପ୍ରକୃତି ରାଣୀ ଦେଇଛି ଅପୁରନ୍ତ ସୌନ୍ଦର୍ଯ୍ୟ । ଚୌମୁଖ ଠାରୁ ହଂସକରା ଯାଏଁ ୬ କିଲୋମିଟର ବିସ୍ତିର୍ଣ୍ଣ ବେଳାଭୂମୀ । ଡଗରା ବେଳାଭୂମୀ କଡର ଝାଉଁ ବଣ, ନାଲି କଙ୍କଡା ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ।

ବାଲିଆପାଳ ସଦର ମହକୁମା ଠାରୁ ମାତ୍ର ୧୨ କିଲୋମିଟର ଦୁରରେ ଅବସ୍ଥିତ ଡଗରା ବେଳାଭୁମି । ଏହାର ସୌନ୍ଦର୍ଯ୍ୟକୁ ଦୃଷ୍ଟିରେ ରଖି ଏଠାରେ ଇକୋ ଟୁରିଜିମ ଏବଂ ପାନ୍ଥ ନିବାସ ନିର୍ମାଣ ପାଇଁ ଶିଳାନ୍ୟାସ ସା୍ଥପନ କରାଯାଇଛି । ୨୦୧୬ରେ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା ଏହି ଭିତ୍ତି ପ୍ରସ୍ତର ସା୍ଥପନ କରିଛନ୍ତି । ହେଲେ ଏହାରି ଭିତରେ ୨ ବର୍ଷ ବିତି ଗଲାଣି ଏଯାଏଁ କୌଣସି ବେଳାଭୂମୀରେ ବିକାଶର ଦେଖାନାହିଁ । ବରଂ ବିକାଶ କାନ୍ଥରୁ ଫଳକ ଉଭାନ ହୋଇଗଲାଣି ।