ବାଲେଶ୍ୱର : ଚନ୍ଦେନଶ୍ୱର ପୀଠରେ ଧୁମଧାମରେ ଚାଲିଛି ଚଡକ ମେଳା, ଲକ୍ଷାଧିକ ଭକ୍ତଙ୍କ ସମାଗମ

61

କନକ ବ୍ୟୁରୋ : ଚନ୍ଦେନଶ୍ୱର ପୀଠରେ ଚାଲିଛି ଚଡକ ମେଳା । ଏଥିରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେଉଥିବା ଦେଖିବାକୁ ମିଳିଛି । ଆସନ୍ତା ୧୨ ଓ ୧୩ରେ ନୀଳ ପର୍ବ ଓ ପାଟ ପର୍ବ ପଡୁଥିବାରୁ ଶ୍ରଦ୍ଧାଳୁଙ୍କ ଆହୁରି ଭିଡ ହେବା ଅନୁମାନ କରାଯାଉଛି । ରାଜ୍ୟ ଓ ରାଜ୍ୟ ବାହାରୁ ମଧ୍ୟ ଭକ୍ତମାନେ ଚନ୍ଦନେଶ୍ୱର ପୀଠ ଆସୁଛନ୍ତି । ଚଡକ ମେଳା କେବଳ ଉତ୍ତର ବାଲେଶ୍ୱର ବାସୀଙ୍କର ଗଣପର୍ବ ନୁହେଁ ଏହା ଓଡିଶା ଓ ପଶ୍ଚିମବଙ୍ଗ ମଧ୍ୟ ଭାଇଚାରା ଓ ଏକତା ରକ୍ଷା କରିବାକୁ ମୁଖ୍ୟ ଭୂମିକା ଲିଭାଇଥାଏ । ଲକ୍ଷାଧିକ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।