ମହଙ୍ଗା ପଡିଲା ବାଲେଶ୍ୱର ରେଳଷ୍ଟେସନରେ ଭିନ୍ନକ୍ଷମଙ୍କୁ ମାଡ :୨ ଆରପିଏଫ ଯବାନ ନିଲମ୍ବିତ

21

ବାଲେଶ୍ୱର : ମହଙ୍ଗା ପଡିଲା ଭିନ୍ନକ୍ଷମ ବ୍ୟକ୍ତିଙ୍କ ମାଡ ମାରିବା । ବାଲେଶ୍ୱର ରେଳ ଷ୍ଟେସନରେ ଦିବ୍ୟାଙ୍ଗଙ୍କୁ ମାଡ ମାରିବା ଘଟଣାରେ ୨ ଆରପିଏଫ ଯାବାନଙ୍କୁ ନିଲମ୍ବିତ କରାଯାଇଛି । ଯବାନଙ୍କ ନିଲମ୍ବିନ ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ସୁରେଶ ପ୍ରଭୁ ।

ଜାନୁଆରୀ ୩ ତାରିଖ ବାଲେଶ୍ୱର ରେଳ ଷ୍ଟେସନର ୪ ନମ୍ବର ପ୍ଲାଟ ଫର୍ମରେ ଜଣେ ଦିବ୍ୟାଙ୍ଗଙ୍କୁ ଆରପିଏଫ ଯବାନ ମାଡ ମାରିବାର ଭିଡିଓ ଗଣମାଧ୍ୟମରେ ପ୍ରାସାରଣ ହେବା ପରେ ତଦନ୍ତ ନିର୍ଦେଶ ଦେଇଥିଲେ ରେଳମନ୍ତ୍ରୀ । ତଦନ୍ତ ଦାୟିତ୍ୱ ଆରପିଏଫ୍ ଡିଜିଙ୍କୁ ଦିଆଯାଇଛି ।

ଆଗକୁ ମଧ୍ୟ ଏହି ଘଟଣାରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । କାହିଁକି ଆଉ କେଉଁ ପରିସ୍ଥିତିରେ ଆରପିଏଫର ଯବାନମାନେ ଦିବ୍ୟାଙ୍ଗ ବ୍ୟକ୍ତି ଜଣଙ୍କୁ ମାଡ ମାରିଛନ୍ତି ତାର ତଦନ୍ତ କରାଯାଇଛି, ଆଇନଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ରେଳ ମନ୍ତ୍ରୀ ସୁରେଶ ପ୍ରଭୁ । ନ୍ୟୁଜ୍ ସହିତ ଦେଖନ୍ତୁ ଏହି ଭିଡିଓ :