ବାଲେଶ୍ୱର ଶିଳ୍ପାଂଚଳରେ ଅଭାବନୀୟ ଘଟଣା : ନବନିର୍ମିତ ଛାତ ଭୁଶୁଡି ୫ଜଣ ଗୁରୁତର

15

କନକ ବ୍ୟୁରୋ : ଭୁଶୁଡିଲା ନବନିର୍ମିତ ଛାତ । ବାଲେଶ୍ୱର ଶିଳ୍ପାଂଚଳରେ ଏଭଳି ଏକ ଅଘଟଣ ଘଟିଥିବାବେଳେ ଛାତତଳୁ ୫ ଜଣ ଗୁରତରଙ୍କୁ ଉଦ୍ଧାର କରାଯାଇଛି । ଆଉ କିଛିଜଣ ଶ୍ରମିକ ଛାତତଳେ ଚାପି ରହିଥିବା ଆଶଙ୍କା କରାଯାଉଛି । ସିପେଟର ଏକ କୋଠାର ଛାତ ପଡୁଥିବାବେଳେ ଏହି ଅଘଟଣ ଘଟିଛି । ଦମକଳ ବାହିନୀ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଅଢେଇ ଘଂଟା ବିତିଯାଇଥିଲେ ବି ପ୍ରଶାସନ ପକ୍ଷରୁ ଉଦ୍ଧାର ପାଇଁ କୈାଣସି ପଦେକ୍ଷପ ଗ୍ରହଣ କରାଯାଇନ’ଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।