ଦୁର୍ଘଟଣାରେ ଛାତ୍ରୀ ମୃତ୍ୟୁକୁ ନେଇ ଉତ୍ୟକ୍ତ ଲୋକଙ୍କ ଲଙ୍କାକାଣ୍ଡ : ବସ୍ତା-ବାଲିଆପାଳ ରାସ୍ତା ଅବରୋଧ

37

vlcsnap-2016-12-01-12h11m11s092କନକ ବ୍ୟୁରୋ : ଛାତ୍ରୀ ମୃତ୍ୟୁକୁ ନେଇ ଉତ୍ତେଜନା । ଦୁର୍ଘଟଣା ଘଟାଇଥିବା ଡମ୍ପରରେ ନିଆଁ ଲଗାଇଲେ ଉତ୍ୟକ୍ତ ଲୋକେ । ବାଲେଶ୍ୱର ଜିଲ୍ଲା ବସ୍ତା-ବାଳିଆପାଳ ରାସ୍ତାର ଛଚିନା ଛକରେ ଡମ୍ପର ଧକ୍କାରେ ଜାମଶୁଳୀ ଲକ୍ଷ୍ମୀନାରାୟଣ କଲେଜର ଛାତ୍ରୀ ଅର୍ପିତା ବିଶ୍ୱାଳଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଛି ।

ଉତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା ଡମ୍ପରରେ ନିଆଁ ଲଗାଇ ଦେଇଛନ୍ତି । ଏହାସହ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ ଓ କଲେଜର ଛାତ୍ରଛାତ୍ରୀ । କ୍ଷତିପୂରଣ ଦାବିରେ ଜାମସୁଳି, ଦରଡା ଓ ମୁକୁଳୁସିଠାରେ ଲୋକେ ଧାରଣାରେ ବସିଛନ୍ତି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣା ପ୍ରତ୍ୟାହୃତ ହେବ ନାହିଁ ବୋଲି ଆନ୍ଦୋଳନକାରୀ କହିଛନ୍ତି ।

ଦେଖନ୍ତୁ ଏହି ଭିଡିଓ :