ଖାକିରେ କଳଙ୍କ ! ଲାଂଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ବାଲେଶ୍ୱର ବାଲିଆପାଳର ଥାନା ବାବୁ

36

କନକ ବ୍ୟୁରୋ : ଖାକିରେ କଳଙ୍କ । ଲାଂଚ ନେଇ ଧରାପଡିଲେ ଆଇଆଇସି । ୧୦ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଗିରଫ ହୋଇଛନ୍ତି ବାଲେଶ୍ୱର ବାଲିଆପାଳ ଆଇଆଇସି । ଆଇଆଇସି ସୁରେନ୍ଦ୍ର କୁମାର ବେଉରିଆଙ୍କୁ ଗିରଫ କରିଛି ଭିଜିଲାନ୍ସ । ଏକ କେସର ରଫାଦଫା କରିବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୧୦ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ପୁଲିସ ବାବୁ ଭିଜିଲାନ୍ସ ହାବୁଡରେ ପଡିଛନ୍ତି ।