ବାଲେଶ୍ୱରର ଗ୍ୟାଙ୍ଗଷ୍ଟର ପାପା ପଣ୍ଡା ଭାଇକୁ ନିର୍ମମ ହତ୍ୟା । ତନ୍ମୟକୁ ଗୁଳିମାଡ ପରେ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ

56

କନକ ବ୍ୟୁରୋ : ବାଲେଶ୍ୱରର ଗ୍ୟାଙ୍ଗଷ୍ଟାର ପାପା ପଣ୍ଡାର ଭାଇ ତନ୍ମୟ ପଣ୍ଡାକୁ ବୀଭତ୍ସ ହତ୍ୟା । ଓଟି ରୋଡ ହରିପ୍ଲାଜା ଛକ ନିକଟରେ ଗୁଳିମାଡ ପରେ ଗୋଡାଇ ଗୋଡାଇ ତନ୍ମୟଙ୍କୁ ହାଣିଛନ୍ତି ଦୁର୍ବୃତ । ତନ୍ମୟକୁ ମେଡିକାଲ ନେବା ପରେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ତନ୍ମୟ ନାଁରେ ବହୁ ଅପରାଧିକ ମାମଲା ରହିଛି । ଖାସୁଆ ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ହେଉଛି ପାପା ପଣ୍ଡା । ୨ ଜଣ ଦୁୃର୍ବତ ବାଇକରେ ଆସି ତନ୍ମୟଙ୍କୁ ଆକ୍ରମଣ କରିଥିଲେ ।କୁନ୍ଦୁଲି ଲୁହରେ ସାରା ରାଜ୍ୟ ଜଳୁଥିବା ବେଳେ ବାଲେଶ୍ୱରରେ ଅତର୍କିତ ଆକ୍ରମଣର ଶିକାର ହୋଇଥିଲେ ଗ୍ୟାଙ୍ଗଷ୍ଟାର ପାପା ପଣ୍ଡାଙ୍କ ଭାଇ ।

ଦୁର୍ବୃତଙ୍କ ଆକ୍ରମଣରେ ପ୍ରାଣ ହରାଇଛନ୍ତି ତନ୍ମୟ । ପ୍ରଥମେ ଗୁଳିମାଡ ପରେ ବି ଦୁର୍ବୃତ୍ତଙ୍କ ରାଗ ଶୁଝିନଥିଲା । ଗୋଡାଇ ଗୋଡାଇ ନିର୍ମମ ହତ୍ୟା କରିଥିଲେ । ତେବେ କିଏ ଏପରି ଆକ୍ରମଣ କରିଛି ? ଗ୍ୟାଙ୍ଗଷ୍ଟାରଙ୍କ ଭିତରେ ଶତ୍ୃତା ନା ଆଉ କିଛି ? ତେବେ ଏହି ଆକ୍ରମଣ ପଛରେ କିଏ ରହିଛି? ଏଭଳି ଅନେକ ପ୍ରଶ୍ନକୁ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।