ବାଲେଶ୍ୱର : ଖବର ସଂଗ୍ରହ କରିବାକୁ ଯାଇଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ

0

କନକ ବ୍ୟୁରୋ : ଦୁର୍ଘଟଣାର ଖବର ସଂଗ୍ରହ କରିବାକୁ ଯାଇଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ । ବାଲେଶ୍ୱର ପୋଲିସ ଲାଇନ୍ ଛକରେ ଘଟିଥିବା ଏକ ଦୁର୍ଘଟଣାର ଖବର ସଂଗ୍ରହ କରିବାକୁ ଯାଇଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ କରିଛନ୍ତି ଦୁର୍ବୃତ । ପୋଲିସ ଲାଇନ୍ ଛକରେ ଦୁଇଟି ବାଇକ୍ ଉପରେ ପିସିଆର ଭ୍ୟାନ୍ ମାଡି ଯିବାରୁ ଜଣେ ଗୁରୁତର ହୋଇଥିଲେ ।

ଘଟଣାସ୍ଥଳରେ ଉତେଜନା ପ୍ରକାଶ ପାଇବା ସହ ଉତ୍ୟକ୍ତ ଲୋକେ ପିସିଆର ଭ୍ୟାନକୁ ଭଙ୍ଗାରୁଜା କରିଥିଲେ । ତେବେ ଖବର ସଂଗ୍ରହ ପାଇଁ ଘଟଣାସ୍ଥଳକୁ ଯାଇଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ କରିବା ସହ କ୍ୟାମେରା ଭଙ୍ଗାରୁଜା ମଧ୍ୟ କରିଥିଲେ ।

Comments are closed.